fbpx

ପ୍ୟାରିସରେ ପହଁଞ୍ଚିଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନଙ୍କ ସହ କରିବେ ବ୍ୟାପକ ଆଲୋଚନା

ପ୍ୟାରିସ: ଜର୍ମାନୀ ଏବଂ ଡେନମାର୍କ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସରେ ପହଁଞ୍ଚିଛନ୍ତି । ତାଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ କିଛି ସମୟ ରହିବେ ଯେଉଁଠାରେ ସେ ରାଷ୍ଟ୍ରପତି ମାକ୍ରନଙ୍କ ସହ ବ୍ୟାପକ ଆଲୋଚନା କରିବେ। ନିକଟରେ ଇମାନୁଏଲ ମାକ୍ରନ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ।

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥନି ବାହାରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଭାରତୀୟଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା ।

ଦୁଇ ନେତାଙ୍କ ମଧ୍ୟରେ ବୈଠକ ରଣନୈତିକ ଭାଗିଦାରୀ ପାଇଁ ଅଧିକ ଉଚ୍ଚାଭିଳାଷୀ ଏଜେଣ୍ଡା ସ୍ଥିର କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଳାୟ ମୁଖପାତ୍ର ଶ୍ରୀ ବାଗଚି ଏକ ଟୁଇଟ୍‌ରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ଏପରି ସମୟରେ ଆସିଛି ଯେଉଁ ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୭୫ ବର୍ଷର କୂଟନୈତିକ ସମ୍ପର୍କ ପୁରଣ ହୋଇଛି । ତେବେ ପୁର୍ବରୁ ଅଗଷ୍ଟ ୨୦୧୯, ଜୁନ୍ ୨୦୧୭, ନଭେମ୍ବର ୨୦୧୫ ଏବଂ ଏପ୍ରିଲ୍ ୨୦୧୫ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପଞ୍ଚମ ଫ୍ରାନ୍ସ ଗସ୍ତ ଅଟେ ।

 

Get real time updates directly on you device, subscribe now.