(Video) ୧୪ ବର୍ଷ ପୂର୍ବେ ଶପଥ ନେଇଥିଲେ…ରାମପାଲଙ୍କୁ ଜୋତା ପିନ୍ଧାଇଲେ ମୋଦୀ, ଜାଣନ୍ତୁ ସେ କିଏ
ଭାଇରାଲ ହେଉଛି ମୋଦୀଙ୍କ ଜୋତା ପିନ୍ଧା ଭିଡିଓ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଗସ୍ତ ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାମପାଲ କଶ୍ୟପଙ୍କୁ ଜୋତା ପିନ୍ଧାଇ ଆଜି ବଡ଼ପଣର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଦୃଦୟ ଜିତି ପାରିଛି । ପ୍ରଧାନମନ୍ତ୍ରୀ ପୂର୍ବରୁ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।
ଖବର ଅନୁସାରେ, କୈଥଲର ରାମପାଲ କଶ୍ୟପ ୧୪ ବର୍ଷ ପୂର୍ବେ ପ୍ରତିଜ୍ଞା କରିଥିଲେ ଯେ ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ନ ହୁଅନ୍ତି ଏବଂ ମୁଁ ତାଙ୍କୁ ଭେଟି ନଥାଏ, ସେପର୍ଯ୍ୟନ୍ତ ମୁଁ ଜୋତା ପିନ୍ଧିବି ନାହିଁ । ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ରାମପାଲ କଶ୍ୟପଙ୍କ ଇଚ୍ଛା ପୂରଣ ହୋଇଥିଲା। ଏହା ପରେ ରାମପାଲ କଶ୍ୟପ ନିଜ ସଂକଳ୍ପରେ ଦୃଢ଼ ରହିଲେ ।
ବର୍ତ୍ତମାନ ମୋଦୀ ହରିୟାଣା ଗସ୍ତରେ ରହିଥିବା ବେଳେ କଶ୍ୟପଙ୍କ ସହିତ ଦେଖାହୋଇଥିଲେ ଏବଂ ସେ ଜୋତା ପିନ୍ଧାଇବା ସହିତ ସବୁ ଦିନ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ ।
ମୋଦୀ ସେୟାର କଲେ ଭିଡିଓ- ଆମ୍ବେଦକର ଜୟନ୍ତୀ ଅବସରରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ହରିୟାଣା ଗସ୍ତର ଦ୍ୱିତୀୟ ରହଣି ଯମୁନାନଗରରେ ପହଞ୍ଚିଲେ, ରାମପାଲ କଶ୍ୟପଙ୍କ 14 ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଥିଲା। ପ୍ରଧାନମନ୍ତ୍ରୀ ମୋଦି ରାମପାଲ କଶ୍ୟପଙ୍କୁ ଭେଟିଥିଲେ ଏବଂ ତା’ପରେ ତାଙ୍କୁ ଏପରି ନକରିବାକୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ରାମପାଲ କଶ୍ୟପଙ୍କୁ ଏକ ଯୋଡ଼ା ନୂଆ ଜୋତା ଦେଇଥିଲେ, ଯାହାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ପିନ୍ଧିଥିଲେ । ଯମୁନାନଗର ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଆଜି ମୋତେ ହରିୟାଣାର ଯମୁନାନଗରର କୈଥଲର ରାମପାଲ କଶ୍ୟପ ଜୀଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା।’ ସେ ୧୪ ବର୍ଷ ପୂର୍ବେ ପ୍ରତିଜ୍ଞା କରିଥିଲେ ଯେ ‘ମୋଦୀ ପ୍ରଧାନମନ୍ତ୍ରୀ ନହେବା ପର୍ଯ୍ୟନ୍ତ ଏବଂ ତାଙ୍କ ସହିତ ସାକ୍ଷାତ ନହେବା ପର୍ଯ୍ୟନ୍ତ ମୁଁ ଜୋତା ପିନ୍ଧିବି ନାହିଁ।’ ଆଜି ମୁଁ ତାଙ୍କୁ ଜୋତା ପିନ୍ଧାଇବାର ସୁଯୋଗ ପାଇଲି ।
View this post on Instagram