fbpx

୪ ଜୁନ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କରିଥିଲେ ଏହି ଭବିଷ୍ୟବାଣୀ, ଜୁନ୍ ୩ରେ ହୋଇଗଲା ସତ

ନୂଆଦିଲ୍ଲୀ: ଜୁନ୍ ୪କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବିଷ୍ୟବାଣୀ କରିଥିଲେ କିନ୍ତୁ ଏହା ୩ ଜୁନ୍‌ରେ ହିଁ ସତ ହୋଇଛି । ଏକଜିଟ୍ ପୋଲ୍ ଫଳାଫଳରେ ଏନଡିଏର ଦମଦାର ବିଜୟ ସମ୍ଭାବନା ମଧ୍ୟରେ ଆଜି ସେୟାର ବଜାର ଏହାର ରେକର୍ଡ ହାଇ ସ୍ତରରେ ଖୋଲିଛି । ସେନସେକ୍ସ ରେକର୍ଡ ୭୬,୭୩୮.୮୯ ଓ ନିଫ୍ଟି ୨୩,୩୩୮.୭୦ ସ୍ତରରେ ଓପନ ହୋଇଛି । ସେୟାର ବଜାରରେ ବଡ ଧରଣର ରେକର୍ଡ ମଧ୍ୟରେ CDSL  ସାଇଟ୍ ଡାଉନ୍ ହୋଇଯାଇଛି ।

CDSL ସାଇଟ୍ ଡାଉନ୍ ହୋଇଯିବାରୁ ନିବେଶକ TPIN ଭେରିଫାଏ କରିପାରିନାହାନ୍ତି । ଏହି କାରଣରୁ ଟ୍ରେଣ୍ଡିଂ କରିଥିବା କମ୍ପାନୀକୁ ସମସ୍ୟା ଉପୁଜିଛି । CDSL ସାଇଟ୍ ଡାଉନ୍ ହେବା କାରଣରୁ Groww, Angel One ଓ Zerodha  ପରି ବ୍ରୋକରିଂ ପ୍ଲାଟଫର୍ମରେ ଟେକ୍ନିକାଲ ସମସ୍ୟା ଦେଖାଦେଇଛି । ଏପରି ସ୍ଥିତିରେ ରିଟେଲ୍ ନିବେଶକ ସେମାନଙ୍କ ଷ୍ଟକ ବିକ୍ରୀ କରିପାରୁ ନ ଥିଲେ । ଏପରି ସ୍ଥିତିରେ ନିବେଶକମାନେ ନିଜ ସମସ୍ୟାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଥିଲେ । ପରବର୍ତ୍ତୀ ସମୟରେ ଏହି ସମସ୍ୟାର ସମାଧାନ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେୟାର ବଜାରକୁ ନେଇ ଭବିଷ୍ୟବାଣୀ କରିଥିଲେ ଯାହା ଗୋଟିଏ ଦିନ ପୂର୍ବରୁ ସତ ହୋଇଯାଇଛି । ସେ କହିଥିଲେ ଦେଶରେ ଜାରି ଲୋକସଭା ନିର୍ବାଚନ ପରିଣାମ ଜୁନ୍ ୪, ୨୦୨୪ରେ ଆସିବ ଓ ଏହି ଫଳାଫଳ ଆସିବା ପରେ ଭାରତୀୟ ସେୟାର ବଜାର ଏହାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଦେବ । ମୋଦୀ କହିଥିଲେ ନିର୍ବାଚନ ଫଳ ସାମ୍ନାକୁ ଆସିବା ପରେ ପୁରା ସପ୍ତାହ ଜବରଦସ୍ତ ଟ୍ରେଡିଂ ହେବ ଓ ପ୍ରୋଗ୍ରାମିଂ ବାଲା ଏହାକୁ ମ୍ୟାନେଜ୍ କରି ଥକିଯିବେ । ପ୍ରଧାନମନ୍ତ୍ରୀ ୪ ଜୁନ୍‌କୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ୩ ଜୁନ୍‌ରେ ସତ ହୋଇଛି ।

Get real time updates directly on you device, subscribe now.