fbpx

ଏଣିକି ଆଉ ଖସିଯାଇପାରିବେନି ସାଇବର ଅପରାଧୀ, ଗୃହ ମନ୍ତ୍ରଣାଳୟ ନେଲା ବଡ ପଦକ୍ଷେପ

ନୂଆଦିଲ୍ଲୀ: ଏବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସାଇବର ଅପରାଧ । ଏହି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ ପଦକ୍ଷେପ ନେବାକୁ ଯାଉଛି । ସାଇବର ଅପରାଧକୁ ସାବାଡ କରିବା ଲାଗି ସରକାର ସାଇବର କମାଣ୍ଡୋର ଏକ ଶାଖା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶାଖାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଲିସ ବଳ ସହିତ କେନ୍ଦ୍ରୀୟ ପୋଲିସ ସଂଗଠନର ଯବାନଙ୍କୁ ମଧ୍ୟ ସାମିଲ କରାଯିବ । ଏଥିପାଇଁ ପତ୍ର ଲେଖି କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ପୋଲିସ ମୁଖ୍ୟକାର୍ଯ୍ୟାଳୟକୁ ୧୦ ଦକ୍ଷ ସାଇବର କମାଣ୍ଡୋ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତ ବର୍ଷ ପ୍ରାରମ୍ଭରେ ସାଇବର କମାଣ୍ଡୋ ୱିଙ୍ଗ ଗଠନ କରିବାକୁ ନେଇ ପ୍ରସ୍ତାବ ଆସିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିପି-ଆଇଜିପି ସମ୍ମିଳନୀ ସମୟରେ ଏହାର ସ୍ଥାପନା ନେଇ ମତ ରଖିଥିଲେ । ଏହି ବିଶେଷ ସାଇବର ୱିଙ୍ଗ ସାଇବର ସୁରକ୍ଷା କ୍ଷେତ୍ରରେ ଥିବା ସମସ୍ତ ବିପଦକୁ ସାମ୍ନା କରିବ ।
ଏହି ସାଇବର କମାଣ୍ଡୋ ପୁଲିସ ସଂଗଠନର ଅଭିନ୍ନ ଅଙ୍ଗ ରହିବ । ଏଥିରେ ଏପରି କମାଣ୍ଡୋ ରହିବେ ଯେଉଁମାନେ ଆଇଟି ସୁରକ୍ଷା ଓ ଡିଜିଟାଲ ଫୋରେନସିକ୍ କ୍ଷେତ୍ରରେ ଦକ୍ଷ ଅଟନ୍ତି । ଏହି ଶାଖାର ସଞ୍ଚାଳନ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ପୋଲିସ ସଂଗଠନ ସିଏପିଏଫ୍ ଠାରୁ ନିଆଯାଇଥିବା ଉପଯୁକ୍ତ ରୂପରେ ପ୍ରଶିକ୍ଷିତ ଓ ସୁସଜ୍ଜିତ ସେବାରତ ପୋଲିସ କର୍ମୀଙ୍କ ଦ୍ୱାରା କରାଯିବ ।

Get real time updates directly on you device, subscribe now.