fbpx
BJD SKY
BJD SKY

୧୦୦ କୃଷି ଡ୍ରୋନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି: କୃଷି କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷେତରେ କୃଷି କାର୍ଯ୍ୟକୁ ନେଇ ୧୦୦ କୃଷକ ଡ୍ରୋନର ଉଦଘାଟନ କରିଛନ୍ତି । ଏହି ଡ୍ରୋନର ବ୍ୟବହାର ଖେତରେ କୀଟନାଶକ ସାମଗ୍ରୀ ଛିଞ୍ଚିବାରେ କରାଯିବ । ଏକ ବିଶେଷ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ ଏହି ଉଦଘାଟନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଟେକ୍ନୋଲୋଜୀ କୃଷକ ଏବଂ ଯୁବକଙ୍କ ପାଇଁ ଅନେକ ଅବସର ଆଣିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟି୍ବଟ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଆଧୁନିକ କୃଷି ସୁବିଧାର ଦେଶର ଏହା ନୂଆ ଅଧ୍ୟାୟ ।

ମୋଦି ସରକାର କୃଷି କ୍ଷେତ୍ରରେ ବେସରକାରୀ ନିବେଶ ଉପରେ ଅଧିକ ଜୋର ଦେଉଛନ୍ତି  । ୨୦୨୨-୨୩ ରେ କୃଷି କ୍ଷେତ୍ରରେ ଡ୍ରୋନର ପ୍ରୟୋଗ ଉପରେ ଛାଡ଼ ଦିଆଯାଇଛି । ଦେଶର ସମୁଦାୟ ଜନସଂଖ୍ୟାର ଅଧା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଭାରତର କୃଷକ ମୁଖ୍ୟତଃ କ୍ଷୁଦ୍ର ଚାଷୀ । ସେପଟେ ଏହି ଡ୍ରୋନ ବ୍ୟବସ୍ଥାକୁ ନେଇ ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୃଷି କାର୍ଯ୍ୟରେ ଡ୍ରୋନର ବ୍ୟବହାର ପରିବର୍ତ୍ତନକାରୀ ହୋଇପାରେ । ଅବଶ୍ୟ ଏପର୍ଯ୍ୟନ୍ତ ଏହାର ଖର୍ଚ୍ଚ ବିଷୟରେ କୁହାଯାଇନାହିଁ । କୃଷି ଡ୍ରୋନ ସାଧାରଣତଃ ଇଣ୍ଟରନେଟ୍ ଆଧାରିତ ହୋଇଥାଏ । କୀଟନାଶକ ଛିଞ୍ଚିବା ଠାରୁ ଆରମ୍ଭ କରି ଫସଲ ଜଗିବା ଭଳି କୃଷି କାର୍ଯ୍ୟ କରିବାରେ ସକ୍ଷମ ।

ତେବେ ଏହି ଡ୍ରୋନ ନିର୍ମାଣ ଚେନ୍ନାଇର ଗରୁଡ଼ ଏରୋସ୍ପେସ ଦ୍ୱାରା କରାଯାଇଛି । କମ୍ପାନୀ ଆଗାମୀ ୨ ବର୍ଷରେ ୧୦୦୦୦୦ ଡ୍ରୋନ ନିର୍ମାଣ କରିବା ନେଇ ପିଏମଙ୍କ ଟ୍ୱିଟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ ଯୁବକଙ୍କୁ ନୂଆ ରୋଜଗାର ଏବଂ ନୂଆ ଅବସର ମିଳିବ ।

Get real time updates directly on you device, subscribe now.