fbpx

ଇଟାଲୀ-ୟୁକେ ଗସ୍ତରେ ମୋଦୀ, ଜି୨୦ ଓ COP26 ବ୍ୟତୀତ କରିବେ ୨୦ଟି ମହତ୍ତ୍ୱପୂର୍ଣ୍ଣ ଦ୍ୱିପାକ୍ଷିୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ୫ ଦିନ ପାଇଁ ଇଟାଲୀ ଓ ବ୍ରିଟେନ୍ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବୈଠକରେ ଯୋଗ ଦେବେ । ମିଳିଥିବା ସୂଚନା ଅନୁସାରେ, ମୋଦୀ ଏହି ଗସ୍ତରେ କେବଳ ଜି୨୦ ସମ୍ମିଳନୀ ଓ COP26 ସମ୍ମିଳନୀ ନୁହେଁ ବରଂ ୨୦ଟି ବଡ଼ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ । ତେବେ ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ରୋମ୍ ର କିଛି ବିଶେଷ ସ୍ଥାନ ଭ୍ରମଣ କରିବେ ।

୫ଦିନର ଏହି ଗସ୍ତରେ ମୋଦୀ ଅନ୍ତରାଷ୍ଟ୍ରୀୟ ସମ୍ପିଳନୀରେ ହେବା ସହିତ ଲଗାତର ଭାବରେ ବଡ଼ ଦ୍ୱିପାକ୍ଷିୟ ବୈଠକରେ ମଧ୍ୟ କରିବେ । ଏହି ବୈଠକରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ ମିଶେଷ, ୟୁରୋପୀୟ ଆୟୋଗର ମହିଳା ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟେନ୍, ଇଟାଲୀ ପ୍ରଧାନମନ୍ତ୍ରୀ ମୋରିୟା ଡ୍ରେଗୀ, ପୋପ୍ ଫ୍ରାନ୍ସିସ୍, କାର୍ଡିନଲ୍ ସଚିବ ପେଟ୍ରୋ ପରୋଲୀନ୍, ଇଣ୍ଡୋନେସିୟାର ରାଷ୍ଟ୍ରପତି ଜୋକୋ ବିଡୋଡୋ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲୀ ସିନ୍ ଲୁଙ୍ଗ ସାମିଲ ହେବେ ।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ୍ ଚାନ୍ସଲର୍ ଏଞ୍ଜେଲା ମର୍କେଲ୍, ୟୁକେର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍, ଫ୍ରାନ୍ସର ରାଷ୍ଟ୍ରପତି ଏମ୍ମାନୁଅଲ୍ ମୋକ୍ରୋ, ସ୍ପେନ୍ ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଚେଜ୍ ଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିୟ ଆଲୋଚନା କରିବେ । ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

Get real time updates directly on you device, subscribe now.