fbpx
BSKY SKY
BSKY SKY

ବିପିନ ରାୱତଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

BSKY

ନୂଆଦିଲ୍ଲୀ: ସିଡିଏସ୍ ବିପିନ ରାୱତଙ୍କ ପରଲୋକରେ ପ୍ରାଧାନମନ୍ତ୍ରୀଙ୍କ ଶୋକପ୍ରକାଶ । ଟ୍ୱିଟ କରି ଶୋକ ଜଣାଇଲେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନତି ଜେନେରାଲ ରାୱତ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ, ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରିବାରେ ବଡ଼ ଭୂମିକା ଥିଲା । ନୀତି ନିର୍ଦ୍ଧାରଣରେ ତାଙ୍କ ବିଚକ୍ଷଣତା ଅଦ୍ୱିତୀୟ କହିଲେ ପ୍ରଧାନମନ୍ତ୍ରୀ ।

ସୂଚନାଯୋଗ୍ୟ, ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଏଆଇ ୧୭ ଭି୫ କ୍ରାସ ହୋଇଥିଲା । ହେଲିପ୍ଟରରେ ୪ କ୍ରିଉ ମେମ୍ବର, ସିଡିଏସଙ୍କୁ ମିଶାଇ ୧୦ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ରହିଛନ୍ତି ।

Get real time updates directly on you device, subscribe now.