fbpx

ଦେଶର ଭବିଷ୍ୟତ ସହିତ ଖେଳୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: Toycathon-2021 ପ୍ରତିଯୋଗୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାବାର୍ତ୍ତା ପରେ ଗୁରୁବାର ଏହାକୁ କଟାକ୍ଷ କରି ରାହୁଲ ଗାନ୍ଧୀ ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ ) କ୍ଷେତ୍ରରେ ଯେଉଁମାନେ ରୋଜଗାର ନିଯୁକ୍ତି ଦେଉଛନ୍ତି ସେମାନେ ହିଁ ବେରୋଜଗାରୀର ସାମନା କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସବୁ ରେ ଧ୍ୟାନ ନଦେଇ ଦେଶର ଭବିଷ୍ୟତ ସହିତ ଖେଳୁଛନ୍ତି ।

ଏନେଇ ସେ ଟୁଇଟ୍ କରି କହିଛନ୍ତି ଯେ, ଆଜି ଏମଏସଏମଇ କ୍ଷେତ୍ରରେ ରୋଜଗାର ଦେଉଥିବା ଲୋକ ବେରୋଜଗାରୀର ସାମନା କରୁଛନ୍ତି । ପ୍ରଧାନମନ୍ତ୍ରୀ ନିଜ ନାଟକରେ ଭାରତର ବର୍ତ୍ତମାନ ଉପରୁ ଧ୍ୟାନ ଭଟକାଉଛନ୍ତି ଏବଂ ଭବିଷ୍ୟତ ସହିତ ଖେଳୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ Toycathon-2021 ପ୍ରତିଯୋଗୀ ମାନଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ଆଉ ଏହି ସମୟରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଥ୍ରିଲେ ଯେ, ଭାରତର ବର୍ତ୍ତମାନର ସାମର୍ଥ୍ୟ, କଳା-ସଂସ୍କୃତି ଏବଂ ଭାରତୀୟ ସମାଜକୁ ଆଜି ସାରା ଦୁନିଆ ଆହୁରି ଭଲ ଭାବେ ଜାଣିବାକୁ ଚାହୁଛି । ଆଉ ଏଥିରେ ଗେମିଂ ଏବଂ ଖେଳନା ଉଦ୍ୟୋଗ ବହୁତ ବଡ ଭୁମିକା ନିଭେଇ ପାରିବ ବୋଲି ସେ କହିଥିଲେ । ସେ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ବଡ ଶକ୍ତି ବୋଲି ଦର୍ଶାଇ କହିଛନ୍ତି ଯେ, ବୈଷୟିକ ଖେଳନା ବଜାରରେ ଭାରତର ଅଂଶ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.