fbpx

ସମୁଦ୍ରରେ ବୁଡି ଦ୍ୱାରିକା ନଗରୀ ପର୍ଯ୍ୟନ୍ତ ପହଞ୍ଚିଲେ ମୋଦୀ, ଆରାଧନା କରି ସମସ୍ତଙ୍କ ସହ ବାଣ୍ଟିଲେ ନିଜର ଦିବ୍ୟ ଅନୁଭବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଦ୍ୱାରକାରେ ସମୁଦ୍ରରେ ଗଭୀର ପାଣିକୁ ଯାଇ ସେହି ସ୍ଥାନରେ ପ୍ରାର୍ଥନା କରିଛନ୍ତି ଯେଉଁଠି ଜଳମଗ୍ନ ଦ୍ୱାରକା ରହିଛି । ସେ କହିଛନ୍ତି ଏହି ଅନୁଭବ ମୋ ସାମ୍ନାରେ ଭାରତର ଆଧ୍ୟାତ୍ମିକ ଓ ଐତିହାସିକ ମୂଳଭିତ୍ତି ସହିତ ଏକ ଦୁର୍ଲଭ ଓ ଗଭୀର ସମ୍ବନ୍ଧ ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ପାଣି ଭିତରେ ଦ୍ୱାରକା ନଗରୀକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ନିଜ ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଲାଗି ମୟୂର ପୁଚ୍ଛ ବି ନେଇଥିଲେ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପାଣିରେ ବୁଡି ଦ୍ୱାରକା ନଗରୀରେ ପ୍ରାର୍ଥନା କରିବା ବହୁତ ଦିବ୍ୟ ଅନୁଭବ ଥିଲା । ପ୍ରଭୁ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ କର୍ମଭୂମି ଦ୍ୱାରକାଧାମରେ ଶ୍ରଦ୍ଧାପୂର୍ବକ ନମନ କରୁଛି । ଦେବଭୂମି ଦ୍ୱାରିକାରେ ଭଗବାନ କୃଷ୍ଣ ଦ୍ୱାରକାଧୀଶ ଭାବରେ ବିରାଜମାନ କରିଛନ୍ତି । ଏଠାରେ ଯାହା କିଛି ବି ହୋଇଥାଏ ସବୁ ଦ୍ୱାରିକାଧୀଶଙ୍କ ଇଚ୍ଛାରେ ହୋଇଥାଏ । ମୁଁ ଗଭୀର ସମୁଦ୍ରକୁ ଯାଇ ପ୍ରାଚୀନ ଦ୍ୱାରିକା ଜୀଙ୍କ ଦର୍ଶନ କରିଛି । ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଏହି ଦ୍ୱାରିକା ନଗରୀ ବିଷୟରେ ବହୁତ କିଛି ଲେଖିଛନ୍ତି । କୁହାଯାଏ ଭଗବାନ ବିଶ୍ୱକର୍ମା ନିଜେ ଏହି ଦ୍ୱାରକା ନଗରୀ ନିର୍ମାଣ କରିଥିଲେ । ସେ କହିଛନ୍ତି ଆଜି ମୋର ମନ ଗଦ ଗଦ ହୋଇଯାଇଛି । ବହୁ ବର୍ଷର ସ୍ୱପ୍ନ ଆଜି ମୋର ପୂରଣ ହୋଇଛି ।

Get real time updates directly on you device, subscribe now.