fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ, ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ କଲେ ସମ୍ମାନିତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ୍ କ୍ରସ୍ ଅଫ୍ ଲେଜିଅନ୍ ଅଫ୍ ଅନରରେ ସମ୍ମାନିତ କରିଛନ୍ତି । ସାମରିକ କିମ୍ବା ନାଗରିକ ଆଦେଶରେ ଏହା ହେଉଛି ସର୍ବୋଚ୍ଚ ଫରାସୀ ସମ୍ମାନ। ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଅଟନ୍ତି । ଏହି ଅନନ୍ୟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଦେଶ ମନ୍ତ୍ରଳାୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ-ଫ୍ରାନ୍ସର ସହଯୋଗୀ ଭାବନାର ପ୍ରତୀକ ଭାବେ ଏହି ସମ୍ମାନ ଏକ ବଡ଼ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦୀ ପୁର୍ବରୁ ଦୁନିଆର ଏନେକ ନେତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ମୋଦୀଙ୍କ ପୁର୍ବରୁ ଦକ୍ଷିଣ ଆଫ୍ରିକାଷ୍ପୁର୍ବତ୍ତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲା, ବେଲ୍ସର ତତ୍କାଳିନ ରାଜକୁମାର କିଙ୍ଗ୍ ଚାଲର୍ସ, ଜର୍ମାନୀର ପୁର୍ବତ୍ତନ ଚାନ୍ସେଲର ଏଞ୍ଜେଲ ମୋର୍କେଲ୍‌ଙ୍କୁ ମଧ୍ୟ ଏହି ସମ୍ମାନ ମିଳିସାରିଛି ।

ଫ୍ରାନ୍ସ ଦେଇଥିବା ଏହି ସମ୍ମାନ ବିଭିନ୍ନ ଦେଶ ଦ୍ୱାରା ପିଏମ ମୋଦୀଙ୍କୁ ଦିଆଯାଇଥିବା ଆନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ମାନର କ୍ରମରେ ଅନ୍ୟତମ। ଏଥିମଧ୍ୟରେ ଜୁନ୍ ୨୦୨୩ ରେ ଇଜିପ୍ଟ ଦ୍ୱାରା ‘ଅର୍ଡର ଅଫ୍ ଦି ନିଲ’, ମେ ୨୦୨୩ ରେ ପାପୁଆ ନ୍ୟୁ ଗିନିର ‘ସାଥୀ ଅଫ୍ ଲୋଗୋ’, ମେ ୨୦୨୩ ରେ ଫିଜିର ‘ଅର୍ଡର ଅଫ୍ ଫିଜି’, ମେ ୨୦୨୩ ରେ ପାଲା ରିପବ୍ଲିକ୍ ଦ୍ୱାରା ‘ଆବାକାଲ୍ ପୁରସ୍କାର’ ଅନ୍ତର୍ଭୁକ୍ତ।

୨୦୨୧ ମସିହାରେ ଭୁଟାନ ଦ୍ୱାରା ‘ଡ୍ରୁକ୍ ଗୟାଲପୋ’, ୨୦୨୦ ରେ ଆମେରିକା ସରକାରଙ୍କ ଦ୍ୱାରା ‘ଲେଜିଅନ୍ ଅଫ୍ ମେରିଟ୍’, ୨୦୧୯ ରେ ବହାରୀନ ଦ୍ୱାରା ‘କିଙ୍ଗ ହେମାଦ୍ ଅର୍ଡର, ୨୦୧୯ ରେ ଋଷ ଦ୍ୱାରା ‘ସେଣ୍ଟ ଆଣ୍ଡ୍ରିୟୁ ପୁରସ୍କାର’।

୨୦୧୯ ରେ ୟୁଏଇ ଦ୍ୱରା ‘ଅର୍ଡର ଅଫ୍ ଜାଏଦ’ ପୁରସ୍କାର, ୨୦୧୮ ରେ ‘ଷ୍ଟେଟ୍ ଅଫ୍ ପାଲେଷ୍ଟାଇନ ପୁରସ୍କାର’, ୨୦୧୬ ରେ ଆଫଗାନିସ୍ତାନ ଦ୍ୱାରା ‘ଗାଜି ଆମୀର ଅମାନୁଲ୍ଲା ଖାନ’ ଏବଂ ୨୦୧୬ ରେ ସାଉଦି ଆରବ ଦ୍ୱାରା ‘ଅବଦୁଲାଜିଜ ଅଲ ସାଉଦ’ ଅର୍ଡର ପାଇଛନ୍ତି।

Get real time updates directly on you device, subscribe now.