ସ୍ୱାଗତ ପାଇଁ ସିଧା ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ଦେଖି ଆଶ୍ଚର୍ଯ୍ୟ ହେଲେ କାତାରର ଅମୀର

ନୂଆଦିଲ୍ଲୀ: ସୋମବାର କାତର ଅମୀର ଶେଖ ତାମିମ ବିନ୍ ହମାଦ ଅଲ-ଥାନିଙ୍କ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କର ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଯାଇ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ଏହି ସମୟରେ ଦୁଇ ନେତା କଥାବାର୍ତ୍ତା ଏବଂ ଉଷ୍ମ ଆଲିଙ୍ଗନ ବିନିମୟ କରିଥିବା ଦେଖାଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ।

ଭାରତ ଗସ୍ତରେ ଥିବା ହମାଦ ଅଲ-ଥାନି ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣରେ ସେ ଦୁଇ ଦିନିଆ ଭାରତ ଗସ୍ତ ଆସିଛନ୍ତି। ଏହା କତାରର ଆମୀରଙ୍କ ଭାରତକୁ ଦ୍ୱିତୀୟ ଅଫିସିଆଲ ଗସ୍ତ ହେବ। ସେ ପୂର୍ବରୁ ମାର୍ଚ୍ଚ ୨୦୧୫ରେ ଭାରତ ଗସ୍ତ କରିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଅନୁଯାୟୀ, ତାଙ୍କର ଗସ୍ତ “ଦୁଇଦେଶ ମଧ୍ୟରେ ବଢୁଥିବା ବହୁମୁଖୀ ସହଭାଗୀତାକୁ ଆହୁରି ଗତି ପ୍ରଦାନ କରିବ”। ତାଙ୍କ ସହିତ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ରହିବେ।

ସୂଚନା ଅନୁଯାୟୀ, EAM ଜୟଶଙ୍କର ତାଙ୍କ ଆଗମନ ପରେ ସୋମବାର ସନ୍ଧ୍ୟାରେ ତାଙ୍କୁ ସାକ୍ଷାତ କରିବେ। ମଙ୍ଗଳବାର ସକାଳେ, କାତାରର ଆମୀରଙ୍କୁ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଏକ ଆନୁଷ୍ଠାନିକ ସ୍ୱାଗତ କରାଯିବ, ଯାହା ପରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତ ହେବ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିବେ, ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ MEA ଶନିବାର ବିବୃତ୍ତିରେ କହିଛି।

ମଙ୍ଗଳବାର ଅପରାହ୍ନରେ କାତାରର ଆମୀର ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବେ। ଭାରତ ଏବଂ କାତାର ମଧ୍ୟରେ ବନ୍ଧୁତା, ବିଶ୍ୱାସ ଏବଂ ପାରସ୍ପରିକ ସମ୍ମାନର ଗଭୀର ଐତିହାସିକ ସମ୍ପର୍କ ରହିଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବାଣିଜ୍ୟ, ନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଲୋକ-ଲୋକ ସମ୍ପର୍କ ଆହୁରି ମଜବୁତ ହୋଇଛି।