fbpx

(Video)ସାମ୍ନାକୁ ଆସିଲା ମୋଦୀଙ୍କ ଯୋଗାସନ ଅବସ୍ଥାର AI ଭର୍ସନ, କହିଲେ ବୃକ୍ଷାସନର ଫାଇଦା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ AI ଭିଡିଓ ଯେଉଁଥିରେ ସେ ବୃକ୍ଷାସନର ଫାଇଦା ବିଷୟରେ କହୁଥିବାର ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବୃକ୍ଷାସନ ଅର୍ଥାତ୍ ବୃକ୍ଷ ମୁଦ୍ରାରେ କରାଯାଉଥିବା ଆସନର ବହୁ ଲାଭ ରହିଛି । ଏହା ଶରୀରର ସନ୍ତୁଳନକୁ ଠିକ୍ ରଖିବା ସହିତ ଶରୀରକୁ ଶକ୍ତ ରଖିଥାଏ ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ ବର୍ଷ ୨୧ ଜୁନ୍‌ରେ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଥିଲେ । ଏହି ସମୟରେ ସେ ଜାତିସଂଘ ମୁଖ୍ୟାଳୟ ଯାଇ ୧୩୫ ଦେଶର ପ୍ରତିନିଧିଙ୍କ ସହ ଯୋଗ କରି ସାରା ବିଶ୍ୱକୁ ଏକ ଖାସ୍ ସନ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜାତିସଂଘ ମୁଖ୍ୟାଳୟରେ ନିଜ ସମ୍ବୋଧନରେ କହିଥିଲେ ଯୋଗ ଭାରତରୁ ଆସିଛି କିନ୍ତୁ ଏହା କପିରାଇଟ୍‌, ରୟାଲିଟି ମୁକ୍ତ ।

ସେ ଆହୁରି କହିଥିଲେ କି ଯୋଗ କୌଣସି ବୟସର ଲୋକମାନେ ବି କରିପାରିବେ । ଯୋଗକୁ ଆପଣ ଘରେ, କାମ ସମୟରେ କିମ୍ବା କେଉଁଠାରେ ବି ଆରାମରେ କରିପାରିବେ । ଏହା ଏକାକୀ କିମ୍ବା ଗ୍ରୁପ୍‌ରେ ବି କରିପାରିବେ । ଜାତିସଂଘ ମୁଖ୍ୟାଳୟରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କ ସହ ଯୋଗ କରିଥିଲେ । ଯୋଗ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନେ ଧ୍ୟାନରେ ବସି ପ୍ରଥମେ ଓମ୍ ଉଚ୍ଚାରଣ କରିଥିଲେ ।

 

Get real time updates directly on you device, subscribe now.