fbpx

Video: ଜାପାନର ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, କହିଲେ-ଏହା ଅହିଂସା ବିଚାରକୁ ଆଗକୁ ନେବ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ ଖିସିଦାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାପନର ହିରୋସିମାରେ ପହଞ୍ଚିଛନ୍ତି। ଶନିବାର ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧିଙ୍କର ପ୍ରତିମୁର୍ତି ଅନାବରଣ କରିଛନ୍ତି। ଏହାପରେ ସେ ମହାତ୍ମାଙ୍କୁ ପୁସ୍ପାଞ୍ଜଳି ଅର୍ପଣ କରିଥିଲେ।

ଉନ୍ମୋଚନ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ”ଆଜି ବି ‘ହିରୋସିମା’ ଶବ୍ଦ ଶୁଣି ବିଶ୍ୱ ଭୟଭୀତ ହୋଇଯାଏ । ତେବେ, ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନ ଗସ୍ତ ସମୟରେ ମୋତେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା। ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅହିଂସାକୁ ଆହୁରି ଆଗକୁ ବଢାଇବ।” ଏହା ସହିତ ସେ କହିଛନ୍ତି ଯେ, “ଏହା ଜାଣିବା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଜାପାନ ପ୍ରଧାନମନ୍ତ୍ରୀ ଦେଇଥିବା ଗଛ ଏଠାରେ ହିରୋସିମାରେ ରୋପିତ ହୋଇଛି ଯାହା ଦ୍ୱାରା ଲୋକମାନେ ଏଠାକୁ ଆସିବା ପରେ ଶାନ୍ତିର ମହତ୍ତ୍ୱ ବୁଝିପାରିବେ।”

ହିରୋସିମାରେ ମେ ୧୯ରୁ ୨୧ ପର୍ଯ୍ୟନ୍ତ ଜି-୭ ଶିଖର ସମ୍ମିଳନିରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଜାପାନରେ ଅଛନ୍ତି। ଏହି ସମ୍ମିଳନି ହେଉଛି ଫ୍ରାନ୍ସ, ଆମେରିକା, ବ୍ରିଟେନ, ଜର୍ମାନୀ, ଜାପାନ, ଇଟାଲୀ ଏବଂ କାନାଡା ଏବଂ ୟୁରୋପୀୟ ୟୁନିଅନର ଜି୭ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ପାଇଁ ପ୍ରତିବର୍ଷ ଆୟୋଜିତ ହେଉଥିବା ଏକ ଆନ୍ତର୍ଜାତୀୟ ଫୋରମ୍।

Get real time updates directly on you device, subscribe now.