fbpx

ବିରୋଧୀଙ୍କୁ ପୁଣି ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍‌; ଅନାସ୍ଥା ପ୍ରସ୍ତାବରେ ଆମେ ବିରୋଧୀଙ୍କୁ ହରାଇଲୁ

ଓଡିଶା ଭାସ୍କର; ମଣିମୁର ହିଂସା ପ୍ରସଙ୍ଗକୁ ନେଇ ଥମୁନି ବିବାଦ । ବିଜେପି ସରକାର ଓ ବିରୋଧୀଙ୍କ ଭିତରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ଜଣେ ଆଜି ଆକ୍ରମଣ କରୁଥିବା ବେଳେ ପୁଣି କାଲି ଆଉ ଜଣେ ପ୍ରତି ଆକ୍ରମଣ କରୁଛି । ପ୍ରଥମେ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହା ପରେ ବିରୋଧୀଙ୍କ ପ୍ରସଙ୍ଗକୁ ନେଇ ଗୃହରେ ବିବୃତି ରଖି ପ୍ରତି ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଯାହାକୁ ନେଇ ଆଜି ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କୁ ସମ୍ବୋଧନ ବେଳେ ମୋଦି ପୁଣି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ମୋଦି କହିଛନ୍ତି, ମଣିପୁରକୁ ନେଇ ବିରୋଧୀ ରାଜନୀତି କରୁଛି । ମଣିପୁରବାସୀଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି ବିରୋଧୀ । ମଣିପୁରବାସୀଙ୍କ ସହ ବିରୋଧୀ ବିଶ୍ୱାସଘାତ କରିଛନ୍ତି । ଅନାସ୍ଥା ପ୍ରସ୍ତାବରେ ଆମେ ବିରୋଧୀଙ୍କୁ ହରାଇଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ପଶ୍ଚିମବଙ୍ଗର ଟିଏମସି ସରକାରଙ୍କୁ ବି କଡା ସମାଲୋଚନା କରିଛନ୍ତି ମୋଦି ।

Get real time updates directly on you device, subscribe now.