ଏଲନ ମସ୍କଙ୍କୁ ଫୋନ୍ କଲେ ମୋଦୀ, ପ୍ରଯୁକ୍ତିବିଦ୍ୟା ଏବଂ ଇନୋଭେସନ ଉପରେ ହେଲା ଆଲୋଚନା

ଭାରତରେ ଟେସଲାର ପ୍ରବେଶ ଏକ ପ୍ରକାର ନିଶ୍ଚିତ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେସଲାର ସିଇଓ ଏଲନ ମସ୍କଙ୍କ ସହ କଥା ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମସ୍କଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା।

ଦୁଇ ମାସ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲୋନ ମସ୍କଙ୍କ ମଧ୍ୟରେ ଦ୍ୱିତୀୟ ବାର୍ତ୍ତାଳାପ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲୋନ ମସ୍କଙ୍କ ମଧ୍ୟରେ ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଏକ ଶୁଳ୍କ ଯୁଦ୍ଧ ଚାଲିଛି । ନିକଟରେ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଲନ ମସ୍କଙ୍କ ସହ କଥା ହୋଇଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଯେଉଁଥିରେ ଏହି ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ଆମ ବୈଠକ ସମୟରେ ଆଲୋଚନା ହୋଇଥିବା ପ୍ରସଙ୍ଗ ମଧ୍ୟ ସାମିଲ ଅଛି ।

ସେ ଆହୁରି ଲେଖିଛନ୍ତି ଯେ ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଛୁ । ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ।

ପୀୟୁଷ ଗୋୟଲଙ୍କୁ ଭେଟିଲେ ଷ୍ଟାର ଲିଙ୍କ୍ ଟିମ୍- ଷ୍ଟାରଲିଙ୍କ ଟିମ୍ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଥିଲେ । ଏହି ବୈଠକର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଏହି ବୈଠକରେ ଷ୍ଟାରଲିଙ୍କ ପକ୍ଷରୁ ଉପାଧ୍ୟକ୍ଷ ଚାଡ୍ ଗିବସ୍ ଏବଂ ବରିଷ୍ଠ ନିର୍ଦ୍ଦେଶକ ରାୟାନ ଗୁଡନାଇଟ୍ ଉପସ୍ଥିତ ଥିଲେ ।

ତେବେ ପ୍ରଥମ ଥର ପାଇଁ ଷ୍ଟାରଲିଙ୍କ୍ ଟିମ୍ ଭାରତ ସରକାରଙ୍କ ସହିତ ଆନୁଷ୍ଠାନିକ ଭାବେ ଆଲୋଚନା କରିଛନ୍ତି । ବୈଠକର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଏହା ବିଶ୍ୱାସ କରାଯାଉଛି ଯେ ଷ୍ଟାରଲିଙ୍କ ଖୁବ୍ ଶୀଘ୍ର ଭାରତରେ ପ୍ରବେଶ କରିବାକୁ ଯାଉଛି ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସୋସିଆଲ ମିଡିଆରେ କୌଣସି ସୂଚନା ଦିଆଯାଇ ନାହିଁ । ସେହିପରି ମସ୍କର ଷ୍ଟାରଲିଙ୍କ କେବେ ଭାରତରେ ପ୍ରବେଶ କରିବ, କିମ୍ବା ଏ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।