fbpx
BSKY SKY
BSKY SKY

(Video) ତୁ କଲେକ୍ଟର ହେବୁ, ଆଉ ତୁ ଇଞ୍ଜିନିୟର: ଦୁଇ ଅନାଥଙ୍କ ଦୁଃଖ ବୁଝିଲେ ପିଏମ୍ ମୋଦୀ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କିଛି ନା କିଛି ନୂଆ କାର୍ଯ୍ୟ କରି ଦେଶବାସୀଙ୍କ ହୃଦୟରେ ରାଜ୍ କରିଥାନ୍ତି । ତେବେ ଆସନ୍ତା ମାସ ୧ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ତେଣୁ ଏହି ଅବସରରେ ମୋଦୀ ରାଜ୍ୟର ନେତ୍ରଙ୍ଗଠାରେ ଆଜି ଏକ ଜନସଭାକୁ ସମ୍ବୋଧିତ କରିବାର ଥିଲା । ତେବେ ମୋଦୀ ଉକ୍ତ ସଭାରେ ୨ ମିନିଟ ବିଳମ୍ବରେ ପହଞ୍ଚିଥିଲେ । ମାତ୍ର ପରେ ମୋଦୀ ବିଳମ୍ବ ପଛର କାରଣ କହିବା ପରେ ଜନତା ତାଜୁବ୍ ହୋଇଯାଇଥିଲେ ।

ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ମୋଦୀ କହିଥିଲେ, ଏଠାରେ ପହଞ୍ଚିବାରେ ମୋର ଦୁଇ ମିନିଟ୍ ବିଳମ୍ବ ହୋଇଗଲା । କାରଣ ମୁଁ ଅଭି ଓ ଜୟ ନାମକ ଦୁଇ ଆଦିବାସୀ ଭାଇଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲି । ଅଭି ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଜୟ ଷଷ୍ଠ ଶ୍ରେଣୀରେ ପଢ଼ୁଛି । ୬ ବର୍ଷ ପୂର୍ବେ ସେମାନଙ୍କର ପିତାମାତା ଦୁହିଁଙ୍କୁ ଛାଡ଼ି ଚାଲିଯାଇଥିଲେ । ସେ ସମୟରେ ଜଣଙ୍କର ବୟସ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୨ ବର୍ଷ ହୋଇଥିଲା । ଦୁହେଁ ଆଜି ନିଜ ନିଜ ଦମରେ ଜୀବନ ସହ ସଂଘର୍ଷ କରୁଛନ୍ତି ।

ଏହି ଦୁଇ ପିତୃମାତୃହୀନ ବାଳକଙ୍କ ଦୁଃଖ କାହାଣୀ ବିଷୟରେ ମୋଦୀ ଏକ ଭିଡିଓ ମାଧ୍ୟମରେ ଜାଣିପାରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସେ ଦୁହିଁଙ୍କ ପାଇଁ ଘର, ପଙ୍ଖା, କମ୍ପ୍ୟୁଟର, ଟିଭି ଆଦି ସବୁ ବ୍ୟବସ୍ଥା କରିଦେଇଥିଲେ । ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ରହିଥିଲେ ହେଁ ଏହି ଦୁଇ ଅନାଥଙ୍କ ଦୁଃଖକୁ ହୃଦୟଙ୍ଗମ କରିପାରିଥିଲେ । ଦୁଇ ଭାଇଙ୍କ ମଧ୍ୟରୁ ଜଣେ କଲେକ୍ଟର ଆଉ ଜଣେ ଇଞ୍ଜିନିୟର ହେବାକୁ ସ୍ୱପ୍ନ ଦେଖିଛି । ତେବେ ମୋଦୀ ଦୁଇ ଭାଇ ଅଭି ଓ ଜୟଙ୍କୁ ସହ ଖୁସିରେ ସମୟ ଅତିବାହିତ କରିବା ସହ ଆଶିର୍ବାଦ ଦେଉଥିବାର ଏକ ଭିଡିଓ ଶେୟାର କରାଯାଇଛି ।

Get real time updates directly on you device, subscribe now.