fbpx

ମୋଦୀ ଜାରି କଲେ ରାମ ମନ୍ଦିର ଡାକ ଟିକେଟ, ୪୮ ପୃଷ୍ଠା ବିଶିଷ୍ଟ ପୁସ୍ତକରେ ରହିଛି ୨୦ ଦେଶର ଟିକେଟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ଏଷବ ଉତ୍ସାହର ମାହୋଲ ରହିଛି । ଏହି କାର୍ଯ୍ୟକ୍ରମକୁ ସବୁଠାରୁ ସ୍ୱତନ୍ତ୍ର କରାଯିବାକୁ ପ୍ରୟାସ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ସ୍ମାରକ ଡାକ ଟିକେଟ୍ ଓ ସାରା ବିଶ୍ୱରେ ଭଗବାନ ରାମ ଙ୍କ ଉପରେ ଜାରି ଟିକେଟର ଏକ ପୁସ୍ତକ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଟ ୬ ଟିକେଟ ଜାରି କରିଛନ୍ତି । ଯେଉଁଥିରେ ରାମ ମନ୍ଦିର, ଭଗବାନ ଗଣେଶ, ଭଗବାନ ହନୁମାନ, ଜଟାୟୁ, କୈବର୍ତ୍ତରାଜ ଓ ମା’ ଶବରୀଙ୍କ ଟିକେଟ ରହିଛି ।

ଟିକେଟ ଉପରେ ରାମ ମନ୍ଦିର , ଚଉପାଇ ‘ମଙ୍ଗଳ ଭବନ ଅମଙ୍ଗଳ ହାରୀ’ , ସୂର୍ଯ୍ୟ, ସରଜୁ ନଦୀ, ମନ୍ଦିର ଓ ଏହାର ଆଖପାଖରେ ଥିବା ମୂର୍ତ୍ତିର ଆକୃତି ନିର୍ମାଣ କରାଯାଇଛି ।
ଏହି ପୁସ୍ତକ ବିଭିନ୍ନ ସମାଜ ଉପରେ ପ୍ରଭୁ ଶ୍ରୀରାମଙ୍କ ଅନ୍ତଃରାଷ୍ଟ୍ରୀୟ ପ୍ରଭାବକୁ ପ୍ରଦର୍ଶିତ କରିବାର ଏକ ପ୍ରୟାସ । ୪୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, କାନାଡା, କମ୍ବୋଡିଆ ଓ ଜାତିସଂଘ ପରି ସଂଗଠନ ସହିତ ୨୦ରୁ ଅଧିକ ଦେଶ ଦ୍ୱାରା ଜାରି କରାଯାଇଥିବା ଡାକ ଟିକେଟ ସାମିଲ ରହିଛି ।

Get real time updates directly on you device, subscribe now.