PM KISAN: ଏହି ଦସ୍ତାବେଜ ବିନା ମିଳିବନି ୧୧ ତମ କିସ୍ତି, ଜାଣନ୍ତୁ କେବେ ଆସିବ ୨୦୦୦ ଟଙ୍କା

ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ପିଏମ କିସାନରେ ରେଜିଷ୍ଟ୍ରେସନ ରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ ଏବେ ସରକାର ଲାଭାର୍ଥୀଙ୍କୁ ରେସନ କାର୍ଡ ଯୋଡ଼ିବା ବାଧ୍ୟତାମୂଳକ କରିଛନ୍ତି ।

ନୂଆ ନିୟମ ଅନୁଯାୟର ରାସନ କାର୍ଡର ନମ୍ବର ଆସିବା ପରେ ସ୍ୱାମୀ, ସ୍ତ୍ରୀ କିମ୍ବା ପରିବାରର କୌଣସି ଜଣେ ସଦସ୍ୟଙ୍କୁ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ମିଳିପାରିବ । ଯୋଜନାର ଅନୁଯାୟୀ ନୂଆ ପଞ୍ଜୀକରଣ କରିବା ଦ୍ୱାରା ରାସନ କାର୍ଡ ନମ୍ବର ଦେବା ବାଧ୍ୟତାମୂଳକ ହେବ । ଏତିକି ନୁହେଁ ଡକ୍ୟୁମେଣ୍ଟର ସଫ୍ଟ କପି ମଧ୍ୟ ଅପଲୋଡ କରିବାକୁ ହେବ ।

ସରକାର ପିଏମ ପିଏମ କିସାନ ଯୋଜନାର ଅଗାମୀ କିସ୍ତି ଅର୍ଥାତ ୧୧ ତମ କିସ୍ତି ଏପ୍ରିଲରେ ଜାରି କରିବା ପାଇଁ କହିଛନ୍ତି । ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ତେବେ ଏହାର ଲାଭ ଉଠାଇବା ପାଇଁ ଚାଷୀଙ୍କୁ କେବଳ ରେଜିଷ୍ଟ୍ରେସନ କରିବାକୁ ହେବ । ପିଏମ କିସାନ ଯୋଜନାରେ ଦେଶରେ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିଥାଏ ।