fbpx

କରୋନା ରୋଗୀଙ୍କ ଚିକିତ୍ସା ନିଜେ କରିବେ ଏହି ଦେଶର ପ୍ରଧାନମନ୍ତ୍ରୀ

କରୋନା ଭାଇରସ୍ ସମଗ୍ର ବିଶ୍ୱରେ ବହୁ ଦ୍ରୁତ ଗତିରେ ମାଡି ଚାଲିଛି । ଏହି ସମୟରେ ଭାଇରସ ବିରୋଧରେ ଲଢେଇ କରିବାକୁ ଡାକ୍ତରମାନେ ଆଗେଇ ଆସିଛନ୍ତି । ସେମାନେ ଦିନ, ରାତି ନିଜ ଜୀବନକୁ ପଛରେ ପକାଇ ରୋଗୀଙ୍କୁ ସୁସ୍ଥ କରିବାରେ ଲାଗିଛନ୍ତି । ଏହିପରି ଜଣେ ଡାକ୍ତର ହେଉଛନ୍ତି ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ଭରଦକର, ଯିଏ କି ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାର ଦେଖି ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି । ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଜଣେ ଡାକ୍ତର ଥିଲେ ଓ ଏବେ କରୋନା ଯୁଦ୍ଧରେ ନିଜକୁ ସାମିଲ କରାଇଛନ୍ତି ।

କୁହାଯାଉଛି ଯେ, ଆୟରଲ୍ୟାଣ୍ଡରେ ଡାକ୍ତର କମ୍ ଥିବାରୁ ବହୁ ସମସ୍ୟା ଉପୁଜୁଛି । ଏନେଇ ସେଠାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିବେଦନ କରିଛନ୍ତି ଯେ, ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞମାନେ ଏପର୍ଯ୍ୟନ୍ତ ସେବା ଯୋଗାଉ ନାହାନ୍ତି, ସେମାନେ ପୁନର୍ବାର ସ୍ୱାସ୍ଥ୍ୟ ସେବା ପାଇଁ ପଞ୍ଜୀକୃତ ହୁଅନ୍ତୁ ।

ତେବେ ୪୧ ବର୍ଷୀୟ ପ୍ରଧାନମନ୍ତ୍ରୀ ଭରଦକରଙ୍କ ବିଷୟରେ ସବୁଠାରୁ ବଡ କଥା ହେଉଛି ସେ ଭାରତୀୟ ଅଟନ୍ତି । ପ୍ରଧାନମନ୍ତ୍ରୀଙ୍କ ବାପା ଜଣେ ଭାରତୀୟ ଡାକ୍ତର ଥିବା ବେଳେ ମାତା ଆୟରଲ୍ୟାଣ୍ଡର ନର୍ସ ଥିଲେ । ଭରଦକର ପୁଣି ଥରେ ନିଜ ଦେଶବାସୀଙ୍କ ପାଇଁ ଡାକ୍ତରୀ ବୃତ୍ତିକୁ ଫେରିଛନ୍ତି । ଦେଶର ସ୍ୱାସ୍ଥ୍ୟ ସେବାରେ ନିଜକୁ ଡାକ୍ତର ଭାବରେ ସେ ପୁନଃ ପଞ୍ଜୀକରଣ କରାଇଛନ୍ତି ।

Get real time updates directly on you device, subscribe now.