fbpx

କର୍ତ୍ତବ୍ୟ ପ୍ରତି ପ୍ରାଥମିକତା ରହିବା ଦରକାର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୪ା୧: ଦିଲ୍ଲୀରେ ସଫଳ ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ୨୨ତାରିଖରେ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ପିଲାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କର୍ତ୍ତବ୍ୟ ପ୍ରତି ପ୍ରାଥମିକତା ରହିବା ଦରକାର ବୋଲି ମୋଦି ପିଲାଙ୍କୁ କହିଛନ୍ତି । ପିଲାଙ୍କ ଫଟୋ ସହ ତାଙ୍କ କାହାଣୀକୁ ପ୍ରସାର କରିବେ ପ୍ରଧାନମନ୍ତ୍ରୀ । ଏହାକୁ ସୋସିଆଲ ମେଡ଼ିଆରେ ପ୍ରସାର କରାଯିବ । ପିଲାମାନେ କଳା ଓ ସଂସ୍କୃତି, ସାହସିକତା କ୍ଷେତ୍ରରେ ସଫଳତା ପାଇଛନ୍ତି । ଉଦ୍ଭାବନ, ସମାଜ ସେବା ଓ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସଫଳତା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.