fbpx

ଭାରତରେ ଲଞ୍ଚ ହେଲା POCOର ପ୍ରଥମ 5G ସ୍ମାର୍ଟଫୋନ POCO M3 Pro 5G

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମତା କମ୍ପାନୀ POCO ଏହାର ପ୍ରଥମ ୫ଜି ସ୍ମାର୍ଟଫୋନ POCO M3 Pro 5G କୁ ଭାରତରେ ଲଞ୍ଚ କରିଛି । ଫୋନରେ ଡୁଆଲ ୫ଜି, MediaTek Dimensity 700 ପ୍ରୋସେସର ସହିତ ରହିଛି ଆହୁରି ଅନେକ ଫିଚର୍ସ । ଏହାକୁ କମ୍ପାନୀ ତିନିଟି କଲରରେ ଲଞ୍ଚ କରିଛି ।

ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ:

POCO M3 Pro 5G ରେ 6.5 inch ର Full HD+ Display ଦିଆଯାଇଛି । ଏହା ସହ 90Hzର ରିଫ୍ରେଶ ରେଟ ରହିଛି । ଏହି ସ୍ମାର୍ଟଫୋନ MIUI 12 ଦ୍ୱାରା ପରିଚାଳିତ । ଏହି ଫୋନରେ ଗୋରିଲ୍ଲା ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ରହିଛି । POCO M3 Pro 5G ରେ MediaTek Dimensity 700 ପ୍ରୋସେସର ଦିଆଯାଇଛି । POCO M3 Pro 5G ସ୍ମାର୍ଟଫୋନ 4 GB + 64 GB ଏବଂ 6 GB + 128 GB ଭ୍ୟାରିଏଣ୍ଟରେ ଉପଲବ୍ଧ ।

POCO M3 Pro 5G ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 48 MPର ପ୍ରାଇମେରୀ ଲେନ୍ସ ରହିଛି । ଏହା ସହ 2 MPର ମାକ୍ରୋ କ୍ୟାମେରା ଲେନ୍ସ ଏବଂ 2 MPର ଡେପଥ୍ ସେନ୍ସର ରହିଛି । ସେଲ୍ଫି ପାଇଁ ଏଥିରେ 8 MPର ଫ୍ରଣ୍ଟ କ୍ୟାମେରା ରହିଛି ।

POCO M3 Pro 5G ରେ 5000 mAh ବ୍ୟାଟେରୀ ସହ 18Wର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କମ୍ପାନୀ ଅନୁଯାୟୀ ଫୁଲ୍ ଚାର୍ଜ କଲେ ଦୁଇଦିନ ପର୍ଯ୍ୟନ୍ତ ଏହାର ବ୍ୟାଟେରୀ ବ୍ୟାକଅପ ରହିବ । କନେକ୍ଟିଭିଟି ପାଇଁ ଏଥିରେ ୟୁଏସବି ଟାଇପ ସି ସହ ହେଡଫୋନ ଜ୍ୟାକ ସୁବିଧା ରହିଛି । ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କ୍ୟାନର ଦିଆଯାଇଛି ।

ଏଭଳି ରହିଛି ଏହାର ଦାମ:

ପ୍ରାରମ୍ଭିକ ବିକ୍ରିରେ ଏହାର  4 GB RAM + 64 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ 13,499 ଟଙ୍କା ଥିବାବେଳେ ଏହାର 6 GB RAM + 128 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ 15,499 ଟଙ୍କା ରହିଛି ।

POCO M3 Pro 5G ତିନିଟି କଲର ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଛି । ଏଥିରେ ବ୍ଲୁ, ବ୍ଲାକ ଏବଂ ୟେଲୋ କଲର ରହିଛି । ଏହାର ବିକ୍ରି ଫ୍ଲିପକାର୍ଟରେ ୧୪ ଜୁନରୁ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.