fbpx

ଏସପିଙ୍କ ଜୋତାରେ ଲୁଚିଥିଲା ବିଷାକ୍ତ ସାପ, ମୋଜା କାଢିଲା ବେଳେ ଏପରି କଲା ଆକ୍ରମଣ

ମଧ୍ୟପ୍ରଦେଶ ପାନ୍ନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପାନ୍ନା ଏସପି ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଏସପି ଆୱସ୍ତିଙ୍କ ଜୋତାରେ ଏକ ବିଷାକ୍ତ ସାପ ଲୁଚିକି ରହିଥିଲା । ଜୋତାରୁ ମୋଜା କାଢିବା ସମୟରେ ତାଙ୍କ ହାତ ସାପକୁ ଲାଗିଥିଲା । କିନ୍ତୁ ସାପଟି ତାଙ୍କୁ ଚୋଟ ମାରିବା ପୂର୍ବରୁ ଏପସି ସତର୍କ ହୋଇଥିଲେ ।

ପରେ ଏପସିଙ୍କୁ ପାନ୍ନା ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ପରୀକ୍ଷା ପରେ ଜବଲପୁର ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏପସିଙ୍କୁ ରଖାଯାଇଛି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଉଛି ।


ତେବେ ଏପସି ମୟଙ୍କ ଆୱସ୍ତି ନିଜ ବଙ୍ଗଳାରୁ ଅଫିସ ପାଇଁ ବାହାରୁଥିଲେ । ସେତେବେଳେ ଜୋତା ପିନ୍ଧିବାକୁ ହାତରେ ମୋଜା କାଢିବାକୁ ଲାଗିଲେ । କିନ୍ତୁ ଅନୁଭବ କଲେ ଯେ, ଜୋତା ଭିତରେ କୌଣସି ପ୍ରାଣୀ ରହିଛି ଓ ସେ ତୁରନ୍ତ ହାତ ବାହାରକୁ ନେଇଆସିଥିଲେ । ପରେ ଦେଖିଲାରୁ ଜଣାପହିଲା ଯେ ଏପସିଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ରହିଛି ।

Get real time updates directly on you device, subscribe now.