fbpx

କରୋନା ଯୋଦ୍ଧାଙ୍କ ଏପରି ଫଟୋ ଦେଖିଲେ ଆପଣଙ୍କର ନିଦ ହଜିଯିବ

ଦେଶରେ କରୋନା ସଙ୍କଟ ବଢିବାରେ ଲାଗିଛି । ଲୋକଙ୍କୁ ସାବଧାନ କରିବା ଓ ତାଙ୍କୁ ବୁଝାଇବା ପାଇଁ ପୋଲିସକର୍ମୀମାନେ ଦିନରାତି ସଜାଗ ରହୁଛନ୍ତି । କେଉଁ ପୋଲିସକର୍ମୀ ଭୋକିଲା ଲୋକଙ୍କୁ ଖାଦ୍ୟ ଖୁଆଉଛି ତ ଆଉ କିଏ ସୂର୍ଯ୍ୟଙ୍କ ପ୍ରଖର କିରଣରେ ବସି ଡ୍ୟୁଟି ଦେଉଛି । ନିଜର କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରି  ଦେଶରେ କରୋନା ଭାଇରସର ପରିସ୍ଥିତିକୁ ସମ୍ଭାଳିଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କର ମଧ୍ୟ ନିଦ ହଜିଯିବ । ଫଟୋରେ ୨ ପୋଲିସ କର୍ମଚାରୀ ଥକିଯାଇ ରାସ୍ତା ଉପରେ ଶୋଇଥିବାର ନଜର ଆସିଛନ୍ତି ।

 

ଅରୁଣାଚଳପ୍ରଦେଶର ଡିଆଇଜି ମଧୁର ବର୍ମା ନାମକ ଜଣେ ଆଇପିଏସ୍ ଅଫିସର ଏହି ଫଟୋକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖାଯାଉଥିବା ୨ ପୋଲିସକର୍ମୀ ଡ୍ୟୁଟି ଦେଇ ଥକିଯିବା ପରେ ରାସ୍ତା ଉପରେ ଶୋଇପଡିଛନ୍ତି । ଏପରିକି ଶୋଇବା ସମୟରେ ନିଜ ଜୋତା ମଧ୍ୟ କାଢିନାହାନ୍ତି । ଫଟୋକୁ ଦେଖିବାକୁ ପରେ ପୋଲିସ କର୍ମୀଙ୍କୁ ସଲାମ୍ କରୁଛନ୍ତି ଲୋକେ ।

 

Get real time updates directly on you device, subscribe now.