fbpx

ଓଡିଶା ଝାଡ଼ଖଣ୍ଡ ସୀମାରେ ଗାଡି ଯାଞ୍ଚ ବେଳେ ପୋଲିସ ଉପରେ  ଆକ୍ରମଣ ।

ଭୁବନେଶ୍ୱର, ୧ ୭ ।୪(ଓଡ଼ିଶା ଭାସ୍କର): ସୀମାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ଆକ୍ରମଣର ଶିକାର। ଦୁର୍ବୃତ୍ତଙ୍କ ଅଚାନକ ଆକ୍ରମଣରେ ୪ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ପୁରୁଷ ଓ ମହିଳା ପୋଲିସ କର୍ମଚାରୀ ଥିବା ଜଣାପଡିଛି। ତେବେ ସମଗ୍ର ଦେଶ ସହିତ ରାଜ୍ୟ ଘଡିସନ୍ଧି ସମୟ ଦେଇ ଗତି କରୁଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଘୋଷଣାକୁ ବଳବତ୍ତର ରଖିଛି। ଲକଡାଉନ ସମୟରେ ଅନାବଶ୍ୟକ ଚଳପ୍ରଚଳ ବନ୍ଦ କରିବା ପାଇଁ ସୀମାନ୍ତ ରାଜ୍ୟକୁ ସଂଯୋଗ କରୁଥିବା ପ୍ରବେଶପଥକୁ ସିଲ କରିଛି ପ୍ରଶାସନ। ଆଉ ପ୍ରହରା ପାଇଁ ମୁତୟନ ହୋଇଛି ପୋଲିସ। କିନ୍ତୁ ଉଦ୍ଧେଶ୍ୟମୂଳକ ଭାବେ ଅତର୍କିତ ଆକ୍ରମଣ କରି କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଗୁରୁତ୍ତର ଆହତ କରିଛନ୍ତି ଦୁର୍ବୃତ୍ତମାନେ। ଏଭଳି ଏକ ଅଭାବନୀୟ ଘଟଣା ଆଜି ମୟୁରଭଞ୍ଜଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ବେନିସାଗର ନିକଟରେ ଘଟିଯାଇଛି ।  ଓଡିଶା ଝାଡ଼ଖଣ୍ଡ ସୀମା ସିଲକରି ଯାଞ୍ଚ କରୁଥୁବା ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ସ୍ଥାନୀୟ କିଛି ଅସାମାଜିକ ଲୋକ । ଗତ କିଛିଦିନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏବଂ ରାଜ୍ୟର ସମସ୍ତ ପ୍ରବେଶ ପଥକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଜାରି ହଇଥିଲା ଏଥିରେ ଆମ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲକରି ଯାଆସ କରୁଥିବା ସମସ୍ତ ଲୋକ ସହିତ ଗାଡି ଯାଞ୍ଚ କଡାକଡ଼ି ହଇଥିବା ବେଳେ  କିଛି ସ୍ଥାନୀୟ ଅସମାଜିକ ଲୋକ ସଂଘବଦ୍ଧ ହୋଇ ଡ୍ୟୁଟିରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କୁ  ଆକ୍ରମଣ କରିଥିଲେ। ଆକ୍ରମଣରେ ୪ଜଣ ପୋଲିସକର୍ମୀ ଆହତ ହଇଥିବା ବେଳେ ସେଠାରେ ଥିବା ପ୍ରବେଶ ଫାଟକଗେଟ, ଚେୟାର ସହିତ ପୋଲିସଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ତେବେ କରୋନା ଭାଇରସ ସଂକ୍ରମଣ ସମ୍ପର୍କରେ ସଚେତନ ଥାଇମଧ୍ୟ ଅସଚେତନ ଭଳି ଆଚରଣ କରି ସରକାରୀ ଭାବେ ଘୋଷିତ ପରାମର୍ଶକୁ ନ ମାନି ନିଜେ ଏବଂ ଅନ୍ୟକୁ ବିପଦ ମୁହଁକୁ ଟାଣିବାକୁ ପଛାଉନାହାନ୍ତି। ଏଭଳି ସ୍ଥିତିରେ ନିଜକୁ ଜାଣିଶୁଣି ବିପଦରେ ରଖି ଖରତରାରେ ରହି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପୋଲିସ ଭାଇଭଉଣୀ ମାନଙ୍କୁ ସବୁ ସ୍ତରରୁ ପ୍ରଶଂସା କରି ସାଲ୍ୟୁଟ କରାଯାଉଥିବା ବେଳେ ଆକ୍ରମଣ କରି ଆହତ କରିବା ଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

Get real time updates directly on you device, subscribe now.