fbpx
BJD SKY
BJD SKY

ଅବିବାହିତ ଯୁବକ, ଯୁବତୀ ହୋଟେଲରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ସେମାନଙ୍କୁ କେହି ଗିରଫ କରିପାରିବେ ନାହିଁ: ତେବେ ପୋଲିସ ଗିରଫ କରୁଛି କାହିଁକି

BJD

ନୂଆଦିଲ୍ଲୀ: ଭାରତରେ ଅବିବାହିତ ଯୋଡ଼ିଙ୍କୁ ସର୍ବଦା ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଏ କ୍ଷେତ୍ରରେ କିଛିଟା ସାବଧାନତା ଅବଲମ୍ବନ କଲେ, ଏହି ସମସ୍ୟାରୁ ମୁକୁଳିବା ସମ୍ଭବ ହୋଇପାରିବ । ଅନେକ ସମୟରେ କିଛି ଅବିବାହିତ ଯୁବକ, ଯୁବତୀଙ୍କୁ ହୋଟେଲରୁ ପୋଲିସ ଗିରଫ କରୁଥିବା ଦେଖାଯାଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠେ, ଅବିବାହିତ ଦମ୍ପତ୍ତି ହୋଟେଲରେ ରହିବା, ଶାରୀରିକ ସମ୍ପର୍କ ସ୍ଥାପନ କରିବା କ’ଣ ବେଆଇନ । ପୋଲିସ ସେମାନଙ୍କୁ ଗିରଫ କରିପାରିବ କି ନା, ଜରିମାନା ଲାଗୁ କରିପାରିବ କି ନା ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ ।

ଭାରତରେ ଅବିବାହିତ ଦମ୍ପତ୍ତି ହୋଟେଲରେ ରହିବା ନିୟମ ବିରୁଦ୍ଧ ନୁହେଁ । ଅବିବାହିତ ଦମ୍ପତ୍ତିଙ୍କୁ ହୋଟେଲରେ ରହିବା ନେଇ ରୋକିବା ପାଇଁ ଦେଶରେ ଏପରି କୌଣସି ଆଇନ ନାହିଁ । ଅବିବାହିତ ଯୋଡ଼ି ଯେପରି ଲିଭ-ଇନ-ରିଲେସନଶିପରେ ରହିପାରିବେ, ସେହିପରି ହୋଟେଲରେ ମଧ୍ୟ ରହିପାରିବେ । ରୁମ ଭିତରେ ଦମ୍ପତ୍ତି ଯାହା କରନ୍ତି, ତାହା ସେମାନଙ୍କର ବ୍ୟକ୍ତିଗତ ମାମଲା । ଏଥିରେ ଆଇନ ହସ୍ତକ୍ଷେପ କରିବ ନାହିଁ । କିଏ କାହା ସହ କେଉଁଠି ରହିବ, ଆଉ କ’ଣ କରିବ ତାହା ରାଇଟ୍ ଟୁ ମୁଭମେଣ୍ଟ, ରାଇଟ ଟୁ ଲାଇଫ ଓ ରାଇଟ ଟୁ ଲିବର୍ଟିର ଏକ ପାର୍ଟ ଅଟେ ।

ଅବିବାହିତ ଦମ୍ପତ୍ତି ରହୁଥିବାରୁ ୪ ବର୍ଷ ତଳେ କୋଏମବାଟୁର ଜିଲ୍ଲା ପ୍ରଶାସନ ଗୋଟିଏ ଆପାର୍ଟମେଣ୍ଟକୁ ସିଲ୍ କରିଦେଇଥିଲା । ୨୦୧୯ ଡିସେମ୍ବର ମାସରେ ମାଡ୍ରାସ ହାଇକୋର୍ଟର ବିଚାରପତି ଜିଲ୍ଲା ପ୍ରଶାସନକୁ କଡ଼ା ଭାଷାରେ କହିଥିଲେ, ‘ଯେତେବେଳେ ଦୁଇଜଣ ବୟସ୍କଙ୍କ ମଧ୍ୟରେ ଲିଭ-ଇନ-ରିଲେସନଶିପକୁ ଅପରାଧ କୁହାଯାଉ ନାହିଁ, ସେତେବେଳେ ଅବିବାହିତ ଦମ୍ପତ୍ତି ଗୋଟିଏ ରୁମରେ ରହିଲେ କିପରି ଅପରାଧ ହେବ?’

ତେବେ ହୋଟେଲରେ ରହୁଥିବା ଦମ୍ପତ୍ତିଙ୍କ ବୟସ ୧୮ ବର୍ଷରୁ କମ୍ ହେବା ଅନୁଚିତ । ଏଥିସହିତ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ପରି ବୈଧ ସରକାରୀ ପରିଚୟ ପତ୍ର ପାଖରେ ଥିବା ଦରକାର । ଯଦି ପୋଲିସ ସେମାନଙ୍କୁ ଧରେ, ତେବେ ସେମାନେ ସହମତିରେ ରୁମ୍ ବୁକ୍ କରିଛନ୍ତି ବୋଲି କହିବାକୁ ପଡ଼ିବ । ଏଥିସହିତ ସେମାନେ ହୋଟେଲରେ ବୈଧ ପରିଚୟପତ୍ର ଦାଖଲ କରିଛନ୍ତି ବୋଲି କହିବାକୁ ପଡ଼ିବ । ଏହାପରେ ପୋଲିସ ସେମାନଙ୍କୁ ଗିରଫ କରିପାରିବ ନାହିଁ କି ଫାଇନ୍ ଲାଗୁ କରିପାରିବ ନାହିଁ ।

ସେହିପରି ଯୁବକ, ଯୁବତୀ ପାର୍କରେ ଏକତ୍ର ସମୟ ବିତାଉଥିଲେ ମଧ୍ୟ ପୋଲିସ ଗିରଫ କରିପାରିବ ନାହିଁ । ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମ୍ବିଧାନ ପକ୍ଷରୁ ଅନେକ ଅଧିକାର ମିଳିଥାଏ, ଯାହା ବିଷୟରେ ଅନେକ ଜାଣିନଥାନ୍ତି । ତେଣୁ ଅନେକ ସମୟରେ ଏନେଇ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ସମ୍ବିଧାନର ଅନୁଚ୍ଛେଦ ୨୧ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ପ୍ରଦାନ କରିଥାଏ । ଭାରତୀୟ ଦଣ୍ଡ ସଂହିତା ଧାରା ୨୯୪ ଅଧୀନରେ ଅଶ୍ଲୀଳତା ଉଲ୍ଲେଖ ରହିଛି । ସାର୍ବଜନିକ ସ୍ଥାନରେ ‘ଅଶ୍ଲୀଳ କାର୍ଯ୍ୟ’ରେ ଲିପ୍ତ ଥିଲେ ଜଣେ ବ୍ୟକ୍ତିଙ୍କୁ ୩ ମାସର ଜେଲ ଦଣ୍ଡ ହୋଇପାରେ ।

Get real time updates directly on you device, subscribe now.