fbpx

ପ୍ରଥମେ ଗିରଫ କରି ପରେ ମାମଲା ରୁଜୁ କରିପାରିବନି ପୋଲିସ: ହାଇକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ଏବେ ପୋଲିସ ଉପରେ ପଡିଛି ହାଇକୋର୍ଟଙ୍କ ତୀକ୍ଷ୍ଣ ଦୃଷ୍ଟି । ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏଣିକି ପ୍ରାଥମିକ ମାମଲା ରୁଜୁ ହେବା ପୂର୍ବରୁ ପୋଲିସ ଗିରଫ କରିପାରିବ ନାହିଁ । ଅର୍ଥାତ ଗିରଫ କରିବା ପୂର୍ବରୁ ପୋଲିସ ଏକ ମାମଲା ରୁଜୁ ହୋଇଥିବା ଆବଶ୍ୟକ ନଚେତ ପୋଷ୍ଟ ଇନଭେଷ୍ଟିଗେସନ ଏଫ.ଆଇ.ଆର କରିବା ପାଇଁ ପୋଲିସକୁ ବାରଣ ହୋଇଛି । ବିଲାସୀପୁରାର ଏକ ମାମଲାର ଶୁଣାଣି ସମରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଗୌହାଟୀ ହାଇକୋର୍ଟ ।

ସୂଚନା ଅନୁସାରେ, ଆସାମ ପୋଲିସ ନିଜର ଭୁଲକୁ ଲୁଚାଇବାକୁ ଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲା । ପ୍ରଥମେ ଗିରଫ ଏବଂ ପରେ ଏହାକୁ ସତ ବୋଲି ପ୍ରମାଣ କରିବା ପାଇଁ ସେହି ବ୍ୟକ୍ତିଙ୍କ ବିରୋଧରେ ଏଫ.ଆଇ.ଆର ରୁଜୁ କରିବା ଅନୁଚିତ ବୋଲି କହିଛନ୍ତି ଅଦାଲତ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସନ୍ଦୀପ ମେହତା ଏବଂ ଜଷ୍ଟିସ ଦେବାଶିଷ ବରୁଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଏଭଳି ମାମଲା ସମ୍ପୂର୍ଣ୍ଣ ଅପରାଧିକ ନ୍ୟାୟଶାସ୍ତ୍ରର ସିଦ୍ଧାନ୍ତ ବିରୋଧ ଅଟେ ।

ବାର୍ ଏବଂ ବେଞ୍ଚ ଅନୁସାରେ, ବିଳାସୀପୁରା ଥାନାର ସବ୍ ଇନ୍ସପେକ୍ଟର ମାସ ଜ୍ୟେତି ସେକିୟା ଏବଂ ପ୍ରଭାରୀ ଅଧିକାରୀ ଜ୍ୟେତିର୍ମୟ ଗାୟନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଏହାବ୍ୟତୀତ ବସର ଅଲୀ ହତ୍ୟା ଘଟଣାରେ ପୂର୍ବରୁ ମଧ୍ୟ ଦୁଇଟି ଏଫ.ଆଇ.ଆର ରୁଜୁ ହୋଇ ସାରିଥିଲା । ତେବେ ଏଥିରୁ ଜଣାଯାଉଛି ଯେ, ରୋକିୟା ଖାତୁନର ଗିରଫକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ଏପରି କରାଯାଇଛି । ଏହାକୁ ନେଇ ଅନେକ ଆଲୋଚନା ହେବା ପରେ ପୋଲିସ ନିର୍ଯାତନା ଏବଂ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗୌହାଟୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.