fbpx
BJD SKY
BJD SKY

ମମତା ବାନାର୍ଜୀଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡିଲା ସନ୍ଦିଗ୍ଧ ଯୁବକ, ପାଖରେ ଥିଲା ଏକାଧିକ ମାରଣାସ୍ତ୍ର

BJD

କୋଲକାତା:ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । କୋଲାକତା ପୋଲିସ ଏପରି ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଧରିଛନ୍ତି ଯିଏ ମୁଖ୍ୟମନ୍ତ୍ରୀ ଆବାସରେ ପଶିବା ଲାଗି ଚେଷ୍ଟା କରୁଥିଲା । ଏହି ଯୁବକଙ୍କ ତଲାସ କରି ପୋଲିସ ତା’ ଠାରୁ ଯେଉଁସବୁ ଜିନିଷ ଜବତ କରିଛି ତାହା ବେଶ୍ ଭୟାନକ ।

ଅଭିଯୁକ୍ତ ଠାରୁ ପୋଲିସ ପିସ୍ତଲ, ଗୁଳି ଓ ଛୁରୀ ସହିତ ବହୁ ମାରଣାସ୍ତ୍ର ଜବତ କରିଛି । ଏହି ଯୁବକଙ୍କ ନାମ ନୁର ଆଲମ । ପୋଲିସ କହିଛି ଯୁବକକୁ ମୁଖ୍ୟମନ୍ତ୍ରୀଙ୍କ ଘର ପାଖରେ ଅଟକାଇ ଦିଆଯାଇଛି । ଅଭିଯୁକ୍ତ ନିକଟରୁ ମାରଣାସ୍ତ୍ର ସହିତ ବିଭିନ୍ନ ଏଜେନ୍ସୀର ଆଇଡି କାର୍ଡ ମିଳିଛି । ଅଭିଯୁକ୍ତର କାର୍ ରେ ପୋଲିସର ଷ୍ଟିକର ଲାଗିଥିଲା । ଏହି କାରରେ ବସି ସେ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ଆସିଥିଲା । ତେବେ ଅଭିଯୁକ୍ତର ଉଦ୍ଦେଶ୍ୟ କ’ଣ ଥିଲା ସେ ବିଷୟରେ ଏବେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.