fbpx
BSKY
BJD SHG SKY
BJD YOUTH SKY

କ୍ରାଇମ ଫ୍ରି ପାର୍ବଣ କରିବାକୁ ପୋଲିସର ମାଷ୍ଟର ପ୍ଲାନ, ସାଧା ପୋଷାକରେ ପେଣ୍ଡାଲ ଜଗିବେ ଅଣ୍ଡର କଭର ଅଫିସର

ଓଡିଶା ଭାସ୍କର; ପାର୍ବଣକୁ କ୍ରାଇମ ଫ୍ରି କରିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ । ଚଳିତ ପାର୍ବଣକୁ ନେଇ ବର୍ତମାନ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଅଧିକ ସକ୍ରିୟ ହୋଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ରହିବ ସ୍ପେସିଆଲ ସ୍କ୍ୱାର୍ଡ । ଭିଡ଼ ଏବଂ ମଉଜ ସମୟରେ ଲୁଟେରା ଅପରାଧିକ କାର୍ଯ୍ୟକଳାପ ଜାରି ରଖିବେ ଅପରାଧୀ । ଯାହାକୁ ଦୃଷ୍ଟିରେ ରଖି ବର୍ତମାନ ପୋଲିସ ବିଭାଗ ତରଫରୁ ସମସ୍ତ ଥାନାକୁ ଆଲର୍ଟ କରାଯାଇଛି ।

ପୂଜା ସମୟରେ ଗ୍ୟାଙ୍ଗ ସ୍କାନରରେ ରହିବ ଗହଳି ସ୍ଥାନ । ଡକାୟତି, ଦାଦାଗିରି, ପକେଟ ମାର୍, ମୋବାଇଲ ଚୋରି, ସୁନା ଚେନ ଝାମ୍ପିବା ସହ ଅସଦାଚରଣ ଭଳି କାଣ୍ଡ ଘଟାଇବା ଲକ୍ଷ୍ୟରେ ରହିବେ ଅପରାଧୀ । ତେବେ ଏହାକୁ ରୋକ ଲଗାଇବା ସହ ସେମାନଙ୍କୁ ଧରି ପାର୍ବଣକୁ କ୍ରାଇମ ଫ୍ରି କରିବାକୁ ପୋଲିସର ପ୍ରଚେଷ୍ଟା ଜାରି ରହିବ । ଯାହାକୁ ନେଇ ପ୍ରସ୍ତୁତ ହୋଇସାରିଲାଣି ପୋଲିସ ବିଭାଗ । ତେବେ ଏହି ଗ୍ୟାଙ୍ଗ ବାବଦରେ ପୁଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ। ପୋଲିସର ସ୍ପେଶାଲ ସ୍କ୍ୱାଡ଼, ଟିମ-୬୦ ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଥିବା ଜଣାପଡିଛି । ଲୋକଙ୍କୁ ଭେଟି ପୁଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୁଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୁଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।

ସେପଟେ ଜେଲ ପରେଡକୁ ଜୋରଦାର କରାଯାଉଛି । କେଉଁ ସବୁ ଅପରାଧୀ ଜେଲରେ ଅଛନ୍ତି, କିଏ ଜାମିନରେ ଯାଇଛି । ସେମାନଙ୍କ କାର୍ୟ୍ୟକଳାପ ଉପରେ ନଜର ରଖିଛି ପୁଲିସ । ଷ୍ଟ୍ରିଟ କ୍ରାଇମକୁ ନେଇ ହେଲ୍ପ ଲାଇନ ନମ୍ବର ୭୦୭୭୭୯୮୧୧୧ଜାରି ହୋଇଛି । ସଂପୃକ୍ତ ନମ୍ବରରେ ଅପରାଧିକ କାର୍ୟ୍ୟକଳାପ ନେଇ ପୋଲିସ ପାଖକୁ ଖବର ଆସୁଛି । ଯାହାକୁ ନେଇ ପୁଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି ।

Get real time updates directly on you device, subscribe now.