fbpx

(VIDEO) ସୁମିତଙ୍କ ଫେରାର୍ ନେଇ ୪ ଦିନ ପୂର୍ବରୁ ଥାନାରେ ଜଣାଇଥିଲି, ସେମାନେ କିନ୍ତୁ କୌଣସି ପଦକ୍ଷେପ ନେଇନାହାନ୍ତି: ତପସ୍ୱିନୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ବେଳକୁ ବେଳ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖରେ ସୁମିତ ଫେରାର ହେବା ପରେ ସେ ଭଡ଼ାଘର ଖୋଜୁଥିବା ନେଇ ତାଙ୍କ ଓକିଲ କହିଥିଲେ । ତେବେ ଆଜି ପର୍ଯ୍ୟନ୍ତ ସୁମିତ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ତପସ୍ୱିନୀ ସୁମିତଙ୍କ ନିଖୋଜ ବିଷୟରେ ପୋଲିସରେ ଜଣାଇବା ସହ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ତପସ୍ୱିନୀ କହିଛନ୍ତି ଯେ, ପ୍ରଥମ ଦିନ ସୁମିତ ଦୌଡ଼ିଦୌଡ଼ି ସ୍କୁଟିରେ ବସି ଫେରାର ହେବା ପରେ ମୁଁ ଥାନାରେ ଜଣାଇଥିଲି, ମାତ୍ରେ ସେମାନେ କିଛି କରିପାରିବେ ନାହିଁ ବୋଲି ସିଧାସଳଖ କହିଥିଲେ । ପରେ ସନ୍ଧ୍ୟାରେ ଆଇଆଇସି ଓ ଏସଡିପିଓ ଆସି ସ୍ୱାମୀ-ସ୍ତ୍ରୀ ଏକାଠି ରହିବା କେଉଁ ଅର୍ଡରରେ ଲେଖା ଅଛି ବୋଲି ଓଲଟା ପ୍ରଶ୍ନ କରିଥିଲେ । ସେମାନଙ୍କୁ କୌଣସି ଅର୍ଡର ନ ମିଳିବା ପର୍ଯ୍ୟନ୍ତ ସେମାନେ କୌଣସି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି କହିଥିଲେ । ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ହେଁ ସୁମିତଙ୍କର କୌଣସି ପତ୍ତା ନାହିଁ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା କି ସାନ୍ତ୍ୱନା ଦିଆଯାଇନାହିଁ । ମୁଁ ମୋ ସାମର୍ଥ୍ୟ ମୁତାବକ ତାଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରଖିଥିଲେ ହେଁ କୌଣସି ସଠିକ୍ ସୂଚନା ପାଇ ପାରିନାହିଁ । ଆଜି କୋର୍ଟକୁ ଯାଇ ଓକିଲଙ୍କ ସହିତ ପରାମର୍ଶ କରିବା ପରେ ଯାହା ପଦକ୍ଷେପ ନେବି । ସୂଚନାଯୋଗ୍ୟ ଯେ, ପ୍ରଥମେ ଏହି ଦମ୍ପତ୍ତି କୋର୍ଟଙ୍କ ନିର୍ଦ୍ଦେଶ ମତେ ୭ ଦିନ ପାଇଁ ଏକାଠି ରହିଥିଲେ । ପରେ ସୁମିତଙ୍କ ପକ୍ଷରୁ ଜବାବ ଦାଖଲ ପାଇଁ ୭ ଦିନ ସମୟ ମଗାଯାଇଥିଲା । କୋର୍ଟ ଅନୁମତି ପ୍ରଦାନ କରିଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ ହେବ ବୋଲି କହିଥିଲେ । ଏହାପରେ ଅଚାନକ ସୁମିତ ଫେରାର ହେବା ପରେ ପୁଣି ଦମ୍ପତିଙ୍କ ରିଲେସନସିପରେ ବିବାଦ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.