fbpx

ବିିଧାନସଭା ଆଗରେ ଉତ୍ତେଜନା ! ୧୦-୧୫ ଯୁବକଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ବିଧାନସଭା ଗେଟ ସମ୍ମୁଖରେ ଆଜି ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଆଜି ପ୍ରାୟ ୧୦ରୁ ୧୫ ଯୁବକ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ବାଇକରେ ଏଜି ଛକରୁ ଆସି ବିଧାନସଭା ଭିତରକୁ ପଶିଆସୁଥିବା ବେଳେ ଯୁବକଙ୍କୁ ଅଟକାଇଥିଲା ପୋଲିସ । ଏହା ପରେ ସେମାନଙ୍କୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା । ବିଧାନସଭା ଗେଟ ସମ୍ମୁଖରେ ଏବେ ପୋଲିସ ଛାଉଣୀ ହୋଇ ରହିଛନ୍ତି ।

ତେବେ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ପରୀ ମୃତ୍ୟୁ ମାମଲାରେ ଯୁବକମାନେ ପ୍ରତିବାଦ ପାଇଁ ଆସିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.