fbpx
BJD SKY
BJD SKY

ରାଜନେତାଙ୍କ କ୍ରାଇମ ରିପୋର୍ଟ…କେଉଁ ସାଂସଦଙ୍କ ବିରୋଧରେ ଅଛି ଅଧିକ କ୍ରିମିନାଲ ରେକର୍ଡ? ଆସିଲା ରିପୋର୍ଟ

BJD

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜନୀତି ଏବଂ ଐତିହାସିକ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ଦେଶ ଭିତରେ ଅନେକ ସାଂସଦ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ଯାଉଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଅନେକ ନେତା ଦେଶର ଜନତାଙ୍କୁ ଠକିବା ସହ ସେମାନଙ୍କ ବିରୋଧରେ ବଡ଼ ବଡ଼ ଅପରାଧୀକ ମାମଲା ମଧ୍ୟ ରୁଜୁ ହୋଇଛି । ଦୁଷ୍କର୍ମ ହତ୍ୟା ଭଳି ସଙ୍ଗୀନ ମାମଲାରେ ମଧ୍ୟ ଅନେକ ସାଂସଦ ସାମିଲ ଥିବା କହୁଛି ଆସୋସିଏସିନ ଫର ଡେମୋକ୍ରେଟିକ ରିଫର୍ମସ ବା ADR ରିପୋର୍ଟ । ଏହି ରିପୋର୍ଟ ଆଜି ଦେଶର ସାଂସଦମାନଙ୍କ ମୁହଁରୁ ସତ୍ୟର ମୁଖା ଖୋଲି ଦେଇଛି ।

ନିର୍ବାଚନ ସମ୍ବନ୍ଧୀୟ ତଥ୍ୟକୁ ବିଶ୍ଳେଷଣ କରୁଥିବା ଏନଜିଓ ସଂସ୍ଥା ADR ଏବଂ ଏହାର NEWର ଏକ ରିପୋର୍ଟରେ ସାରା ଦେଶକୁ ଚମକାଇ ଦେବା ଭଳି ତଥ୍ୟ ପ୍ରକାଶ ପାଇଛି । ଦେଶର ପ୍ରାୟ ୪୦ ପ୍ରତିଶତ ସାଂସଦଙ୍କ ନାମରେ ରହିଛି କ୍ରିମିନାଲ ରେକର୍ଡ । ଲୋକସଭା ଓ ରାଜ୍ୟସଭାର ମୋଟ ୭୭୬ ସିଟରୁ ୭୬୩ ଜଣ ସାଂସଦଙ୍କ ସ୍ୱ-ଶପଥ ପତ୍ରକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରୁ ଜଣାଯାଇଛି ଯେ, ଦେଶର ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬(୪୦ ପ୍ରତିଶତ) ସାଂସଦ ନିଜ ବିରୋଧରେ ଅପରାଧିକ ମାମଲା ସ୍ୱୀକାର କରିଛନ୍ତି । ସେହିପରି ୧୯୪(୨୫ ପ୍ରତିଶତ) ସାଂସଦ ନିଜ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ଘୋଷଣା କରିଛନ୍ତି । ଏଥିରେ ହତ୍ୟା, ହତ୍ୟାର ଉଦ୍ୟମ ଏବଂ ଅପହରଣ ସହିତ ମହିଳାଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ଅନେକ ଅପରାଧ ସାମିଲ ରହିଛି ।

କେଉଁ ପାର୍ଟିରୁ କେତେ ସାଂସଦଙ୍କ ବିରୋଧରେ ମାମଲା?

କେଉଁ ପାର୍ଟିରୁ କେତେ ଜଣ ସାଂସଦଙ୍କ ନାମରେ ଏଭଳି ମାମଲା ରହିଛି ସେ ନେଇ ମଧ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି । ଭାରତୀୟ ଜନତା ପାର୍ଟିରୁ ୩୮୫ ଜଣ ସାଂସଦଙ୍କ ମଧ୍ୟରୁ ୧୩୯ ଅର୍ଥାତ୍ ମୋଟ (୩୬ ପ୍ରତିଶତ) ସାଂସଦଙ୍କ ବିରୋଧେରେ ଅପରାଧିକ କାର୍ଯ୍ୟକଳାପ ନେଇ ମାମଲା ରୁଜୁ ହୋଇଛି । ଏହାବ୍ୟତୀତ କଂଗ୍ରେସର ୮୧ ସାଂସଦରୁ ୪୩(୫୩ ପ୍ରତିଶତ) ସାଂସଦ ବିଭିନ୍ନ ଅପରାଧରେ ଲିପ୍ତ ରହିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି । ସେହିପରି ତୃଣମୂଳ କଂଗ୍ରେସର ୩୬ରୁ ୧୪ ଜଣ ସାଂସଦ(୩୯ ପ୍ରତିଶତ), ଆରଜେଡିର ୬ ଜଣ ସାଂସଦଙ୍କ ମଧ୍ୟରୁ ୫(୮୩ ପ୍ରତିଶତ) ଜଣ ଏବଂ ସିପିଆଇ-ଏମର ୮ ଜଣ ସାଂସଦଙ୍କ ମଧ୍ୟରୁ ୬(୭୫%) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ଏହାଛଡ଼ା ଆମ୍ ଅଦମୀ ପାର୍ଟିରେ ୧୧ ଜଣ ସାଂସଦ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ(୨୭%), ୱାଇଏସଆର କଂଗ୍ରେସ ପାର୍ଟିରେ ୩୧ ଜଣରୁ ୧୩(୪୨%) ଏବଂ ଏନସିପିର ୮ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ(୩୮%) ସାଂସଦ ନିଜ ବିରୋଧରେ ଅପରାଧିକ ମାମଲା ସ୍ୱୀକାର କରିଛନ୍ତି ।

ଗମ୍ଭୀର ଅପରାଧିକ ମାମଲାରେ କେଉଁ ପାର୍ଟିରୁ କେତେ ସାଂସଦ?

ରିପୋର୍ଟ ଅନୁସାରେ, ବିଭିନ୍ନ ଗମ୍ଭୀର ଅପରାଧିକ ମାମଲାରେ ବିଜେପିର ୩୮୫ ସାଂସଦଙ୍କ ମଧ୍ୟରୁ ୯୮ ଜଣ(୨୫%) ଜଣ ଲିପ୍ତ ଥିବା ବେଳେ କଂଗ୍ରେସର ୮୧ ସାଂସଦଙ୍କ ଭିତରୁ ୨୬(୩୨% )ଜଣଙ୍କ ବିରୋଧରେ ଏଭଳି ମାମଲା ରୁଜୁ ହୋଇଛି । ସେହିପରି ତଣମୂଳ କଂଗ୍ରେସରେ ୩୬ ଜଣଙ୍କ ମଧ୍ୟରୁ ୭(୧୯%), ଆରଜେଡିର ୬ ସାଂସଦଙ୍କ ମଧ୍ୟରୁ ୩(୫୦%), ସିପିଆଇ-ଏମରେ ୮ରୁ ୨(୨୫%) ସାଂସଦଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରେକର୍ଡ ହୋଇଛି । ଏହାବ୍ୟତୀତ ଆମ୍ ଆଦମୀ ପାର୍ଟିର ୧୧ ସାଂସଦଙ୍କ ମଧ୍ୟରୁ ଜଣେ(୯%), ୱାଇଏସଆର କଂଗ୍ରେସ ପାର୍ଟିର ୩୧ ଜଣଙ୍କ ମଧ୍ୟରୁ ୧୧(୩୫%) ଏବଂ ଏନସିପିର ୮ ଜଣ ସାଂସଦଙ୍କ ଭିତରଚ ୨ ଜଣ ସାଂସଦ(୨୫%) ନିଜ ବିରୋଧରେ ଗମ୍ଭୀର ଅପରାଧିକ ମାମଲାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.