fbpx

ମୋଦୀଙ୍କ କ୍ୟାବିନେଟର ସବୁଠୁ ଗରିବ ମନ୍ତ୍ରୀ, ରହିଛି କେବଳ ୧୦ ଲକ୍ଷର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ସଂପ୍ରସାରଣ କରିବା ସହ ୪୩ ସାଂସଦ ମନ୍ତ୍ରୀ ହୋଇଛନ୍ତି  । ମନ୍ତ୍ରୀପରିଷଦରେ ୩୬ ନୂଆ ମୁହଁ ସାମିଲ କରାଯାଇଛି । ଯେଉଁଥିରେ ୧୫ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮ ସ୍ୱରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି । ଆଉ ସଂପ୍ରସାରଣ ପରେ ଏବେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ରହିଛନ୍ତି୧୧ ଜଣ ମହିଳା  ।

ମନ୍ତ୍ରୀମଣ୍ଡଳରେ ଅଧିକାଂଶ ନୂଆ ଚେହେରାଙ୍କୁ ସାମିଲ କରାଯାଇଥିବାବେଳେ ଏହି ମନ୍ତ୍ରୀ ପରିପରିଷଦରେ ଅନେକ ମନ୍ତ୍ରୀ ଯେଉଁମାନେ ଅତ୍ୟନ୍ତ ଧନୀ । କ୍ୟାବିନେଟରେ ୪ ମନ୍ତ୍ରୀ ଏମିତି ଅଛନ୍ତି ଯାହାଙ୍କର ସମ୍ପତ୍ତି ୫୦ କୋଟିରୁ ବି ଅଧିକ, ଆଉ ୮ ମନ୍ତ୍ରୀ ଏମିତି ଅଛନ୍ତି ଯାହାଙ୍କର ସମ୍ପତ୍ତି ଏକ କୋଟି ବି ନୁହେଁ ।

ତେବେ ଆଜି ଆମେ ଆପଣଙ୍କୁ କ୍ୟାବିନେଟର ସବୁଠାରୁ ଗରୀବ ମନ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ବିଜେପି ମହିଳା ସାଂସଦ ପ୍ରତିଭା ଭୌମିକଙ୍କ ପାଖରେ ସବୁଠୁ କମ୍ ସମ୍ପତ୍ତି ରହିଛି । ସେ ମାତ୍ର ୧୦ ଲକ୍ଷ ସମ୍ପତ୍ତିର ମାଲିକ । ତାଙ୍କ ତରଫରୁ ଦାୟର ନିର୍ବାଚନ ପ୍ରମାଣପତ୍ରରେ ଅନୁଯାୟୀ ତାଙ୍କ ପାଖରେ  ୧୦ ଲକ୍ଷରୁ କମ ସମ୍ପତ୍ତି ରହିଛି । କେବଳ ସେତିକି ନୁହେଁ ସେ ପ୍ରଥମ ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ପ୍ରତିଭା ଭୌମିକ ଗତ ବର୍ଷ ଲୋକସଭା ନିର୍ବାଚନରେ ତ୍ରିପୁରା ଲୋକସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ  ତ୍ରିପୁରାର ଭାରତୀୟ ଜନତା ପାର୍ଟୀର ମହାସଚିବ ରହିଥିଲେ ।

ମୋଦୀଙ୍କ କ୍ୟାବିନେଟରେ ସବୁଠୁ ଧନୀ ମନ୍ତ୍ରୀ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯାହାଙ୍କର ସମ୍ପତ୍ତି ରହିଛି ୩୭୯ କୋଟି, ତାଙ୍କ ପରେ ରହିଛନ୍ତି ପୀୟୁଷ ଗୋଏଲ ତାଙ୍କ ପାଖରେ ୯୫ କୋଟିର ସମ୍ପତ୍ତି ରହିଛି । ତାଙ୍କ ତଳକୁ ଅଛନ୍ତି ନାରାୟଣ ରାଣେ ତାଙ୍କର ସମ୍ପତ୍ତି ରହିଛି ୮୭.୭୭ କୋଟି ।

Get real time updates directly on you device, subscribe now.