fbpx
BSKY
BJD SHG SKY
BJD YOUTH SKY

ପୋଷ୍ଟ ଅଫିସ୍ ଦେଉଛି ଅତିରିକ୍ତ ଆୟର ସୁଯୋଗ, ପ୍ରତି ମାସରେ ଗ୍ୟାରେଣ୍ଟି ସହ କରିବେ ଏତିକି ଆୟ

ନୂଆଦିଲ୍ଲୀ:ଆମେ ସମସ୍ତେ ସର୍ବଦା ଅତିରିକ୍ତ ଆୟ ସନ୍ଧାନରେ ରହିଥାଉ । ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ହେଉ କିମ୍ବା ଜରୁରୀ ସମୟରେ ଭରଣା କରିବା ପାଇଁ ହେଉ ଆମେ ବିଭିନ୍ନ ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରିଥାଉ । ତେବେ ଆମେ ଆପଣଙ୍କୁ ଏଠି ଏପରି ଏକ ଯୋଜନା ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ବେଶ୍ ଲାଭଦାୟୀ ସାବ୍ୟସ୍ତ ହେବ । ପୋଷ୍ଟ ଅଫିସ୍‌ର ବିଭିନ୍ନ ସଞ୍ଚୟ ଯୋଜନା ବିଷୟରେ ଆପଣ ତ ଜାଣିଥିବେ । କିନ୍ତୁ ଏହାର ମାସିକ ଆୟ ଯୋଜନା ଏପରି ଏକ ସ୍କିମ୍ ଯାହା ନିବେଶକଙ୍କୁ ପ୍ରତି ମାସରେ ଆୟ ଦେଇଥାଏ । ପ୍ରତି ମାସରେ ଆୟ ପୁଣି ତାହା ଗ୍ୟାରେଣ୍ଟି ସହିତ । ଏହି ମାସିକ ଆୟ ଯୋଜନାରେ ଆପଣ ଏକାକୀ କିମ୍ବା ଜୀବନସାଥିଙ୍କ ସହ ଜଏଣ୍ଟ ଆକାଉଣ୍ଟ ବି ଖୋଲିପାରିବେ । ଏହି ଯୋଜନାରେ ଆପଣଙ୍କୁ ଏକକାଳୀନ ଟଙ୍କା ଜମା କରି ପ୍ରତି ମାସରେ ଏକ ନିର୍ଦ୍ଧିଷ୍ଟ ଆୟ କରିପାରିବେ ।

ଯଦି ଏହି ଯୋଜନାରେ ଆପଣ ଏକାକୀ ଖାତା ଖୋଲୁଛନ୍ତି ତେବେ ଆପଣଙ୍କୁ ସର୍ବାଧିକ ୯ ଲକ୍ଷ ଓ ଜଏଣ୍ଟ ଆକାଉଣ୍ଟରେ ୧୫ ଲକ୍ଷ ଜମାକରି ପାରିବେ । ଏହି ଅର୍ଥରାଶି ଅତି କମ୍‌ରେ ୫ ବର୍ଷ ଲାଗି ଜମା କରାଯାଇଥାଏ । ଆପଣ ଯେଉଁ ପଇସା ଜମା କରିଛନ୍ତି ଏହା ଉପରେ ମିଳୁଥିବା ସୁଧରେ ଆପଣଙ୍କ ମାସିକ ଆୟ ମିଳିଯିବ । ଯଦି ଆପଣ ନିଜ ଜୀବନସାଥିଙ୍କ ସହ ମିଶି ଏହି ଖାତା ଖୋଲୁଛନ୍ତି ତେବେ ଓ ୧୫ ଲକ୍ଷ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୯,୨୫୦ଟଙ୍କା ପର୍ଯ୍ୟନ୍ତ ମିଳିବ । ୯ ଲକ୍ଷ ଟଙ୍କା ଜମା ଉପରେ ପ୍ରତି ମାସରେ ୫,୫୦୦ଟଙ୍କା ସୁଧ ମିଳିବ ।

ପୋଷ୍ଟ ଅଫିସ୍‌ର ଏହି ମାସିକିଆ ଯୋଜନାରେ ଏବେ ୭.୪% ସୁଧ ମିଳୁଛି । ଏହି ଯୋଜନାରେ କେହି ବି ନାଗରିକ ଖାତା ଖୋଲିପାରିବେ । ଜଏଣ୍ଟ ଆକାଉଣ୍ଟରେ ସର୍ବାଧିକ ୩ ଲୋକ ସାମିଲ ହୋଇପାରିବେ । ଏହି ଖାତା ଖୋଲିବା ପାଇଁ ଘରର ଠିକଣା, ଫଟୋ ପରିଚୟପତ୍ର, ଆଧାରକାର୍ଡ, ପାନ୍ କାର୍ଡ ଓ ୨ଟି ପାସପୋର୍ଟ ସାଇଜ୍ ଫଟୋ ସହିତ ନିକଟବର୍ତ୍ତୀ ପୋଷ୍ଟଅଫିସ୍‌କୁ ଯାଇ ନିର୍ଦ୍ଧାରିତ ଫର୍ମ ସହିତ ଜମା କରିବାକୁ ହେବ ।

ଏହି ଯୋଜନାରେ ସବୁଠାରୁ ବଡ ସୁବିଧା ହେଉଛି ଯଦି ଆପଣ ସମୟ ପୂର୍ବରୁ ପଇସା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଖାତା ଖୋଲିବାର ୧ ବର୍ଷ ପରେ ଆପଣଙ୍କ ପଇସା ଉଠାଇପାରିବେ । ଏଥିରେ ଆପଣଙ୍କୁ କିଛି ଟିକସ ଦେବାକୁ ହେବ । ୧ବର୍ଷରୁ ୩ ବର୍ଷ ମଧ୍ୟରେ ପଇସା ଉଠାଇଲେ ମୋଟ ଜମା ରାଶିର ୨% ଓ ୩ ବର୍ଷ ପରେ କିମ୍ବା ୫ ବର୍ଷ ପୂର୍ବରୁ ପଇସା ଉଠାଇଲେ ୧% ଟିକସ କଟିଯିବ ।

Get real time updates directly on you device, subscribe now.