(Video) ସାଧୁତାର ଫଳ କ’ଣ ଏଇଆ! ୫୦୦ ଲାଞ୍ଚ ନ ଦେବାରୁ ପାସପୋର୍ଟର ବାରକୋଡ୍ ପେଜ୍ ଫାଡ଼ିଦେଲେ ପୋଷ୍ଟମ୍ୟାନ

ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡ଼ିଆରେ ଛୋଟ ବଡ଼ ଅନେକ ଘଟଣା କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଲାଞ୍ଚକୁ ନେଇ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ପାସପୋର୍ଟ ଦେବା ପାଇଁ ଜଣେ ପୋଷ୍ଟମ୍ୟାନ ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ଯୁବକ ଜଣଙ୍କର ଏହି ଅର୍ଥ ନ ଦେବାରୁ ପୋଷ୍ଟମ୍ୟାନ ଜଣଙ୍କ ପାସପୋର୍ଟର ବାରକୋର୍ଡ ପେଜକୁ ଫାଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି । ପୋଷ୍ଟମ୍ୟାନଙ୍କ ଏହି ହରକତ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଇଣ୍ଟରନ୍ୟାସନାଲ ପାସପୋର୍ଟ ଦେବା ପାଇଁ ପୋଷ୍ଟମ୍ୟାନ ଜଣଙ୍କ ୧୦୦ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି ।

ଖବର ମୁତାବକ, ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଲୋକମାନେ ଜଣେ ପୋଷ୍ଟମ୍ୟାନଙ୍କ ସହ ପାଟିତୁଣ୍ଡ କରୁଥିବା ଦେଖାଯାଉଛି । ଲୋକମାନେ ପାସପୋର୍ଟକୁ ଦେଖାଇ କହୁଛନ୍ତି, ‘ତୁମେ ସରକାରଙ୍କ ଠାରୁ ଦରମା ନେଉଛି, ତେବ ଲୋକଙ୍କ ଠାରୁ ପଇସା କ’ଣ ପାଇ ନେଉଛ?’ ପାସପୋର୍ଟ ନଷ୍ଟ ହେବା ପରେ ଲୋକମାନେ ପୋଷ୍ଟମ୍ୟାନଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରିବାକୁ କହିଥିଲେ । ମାତ୍ର ପଇସା ଦେଲେ ସେମାନଙ୍କୁ ପାସପୋର୍ଟ ଦିଆଯିବ ବୋଲି ପୋଷ୍ଟମ୍ୟାନ କହିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ପୋଷ୍ଟମ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପୀଡ଼ିତ ବ୍ୟକ୍ତି ଦାବି କରିଛନ୍ତି ।

Get real time updates directly on you device, subscribe now.