fbpx

ଆଳୁ କିଲୋ ୫୦ ହଜାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଳୁକୁ ପରିବାର ରାଜା କୁହାଯାଏ ଏବଂ ବଜାରରେ ସାଧାରଣତଃ ଏହି ଆଳୁର ମୂଲ୍ୟ ବହୁତ କମ ଥାଏ । ପ୍ରତ୍ୟେକ ଋତୁରେ ଏହାର ମୂଲ୍ୟ ୫ ଟଙ୍କାରୁ ଆରମ୍ଭ କରି ୩୫ ଟଙ୍କା ମଧ୍ୟରେ ରହିଥାଏ । ସେହିପରିି ଅନ୍ୟ ପନିପରିବା ତୁଳନାରେ ଆଳୁର ମୂଲ୍ୟ ବହୁତ କମ୍ ଥାଏ । କିନ୍ତୁ ଆମେ ଆପଣଙ୍କୁ ଏପରି ଆଳୁ ବିଷୟରେ କହିବାକୁ ଯାଉଛୁ ଯାହା କିଲୋଗ୍ରାମ ପିଛା ୧୦୦ ଟଙ୍କା କିମ୍ବା ୨୦୦ ଟଙ୍କା ନୁହେଁ ଏହାର କିଲୋଗ୍ରାମ ପିଛା ପାଖାପାଖି ୫୦,୦୦୦ ଟଙ୍କା । ଅର୍ଥାତ ଆପଣ ଏକ କିଲୋଗ୍ରାମ ଆଳୁ ମୂଲ୍ୟରେ ଯେକୌଣସି ସୁନା କିମ୍ବା ରୂପାର ଜିନିଷ କିଣି ପାରିବେ ।
ତେବେ ଏହି ଆଳୁର ନାମ ହେଉଛି ଲେ ବୋନୋଟେ । ଏହି ପ୍ରଜାତିର ଆଳୁ ଭାରତରେ ନୁହେଁ ଫ୍ରାନ୍ସରେ ଚାଷ କରାଯାଇଥାଏ । ସୂଚନା ଅନୁଯାୟୀ, ଏହା ଫ୍ରାନ୍ସର ଆଇଲେ ଡି ନୋଏରମୋଟିଅର୍ ଦ୍ୱୀପରେ ବିଶେଷ ଭାବେ ଚାଷ କରାଯାଏ । ଏହି ଆଳୁ ଚାଷ ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ବାଲୁକା ମାଟି ବ୍ୟବହୃତ ହୁଏ । ଏହାକୁ ବଢାଇବା ପାଇଁ ସାମୁଦ୍ରିକ ଶୈବାଳକୁ ସାର ଭାବରେ ବ୍ୟବହୃତ କରାଯାଇଥାଏ । ତେବେ ଲେ ବୋନୋଟେ କେବଳ ୫୦ ବର୍ଗ ମିଟର ଜମିରେ ଚାଷ କରାଯାଏ ।

ଏହି ଆଳୁର ଅଧା କିଲୋ ପାଇଁ ଆପଣଙ୍କୁ ପ୍ରାୟ ୨୫୦ ୟୁରୋ ମୂଲ୍ୟ ଅର୍ଥାତ୍ ପ୍ରାୟ ୨୨ ହଜାରରୁ ୨୩ ହଜାର ଟଙ୍କା ଦେବାକୁ ପଡିବ । ଏହି ଆଳୁର ମୂଲ୍ୟ ବେଳେବେଳେ ବଢିଥାଏ ଏବଂ ବେଳେବେଳେ ହ୍ରାସ ପାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲେ ବୋନୋଟେ ଗୋଟିଏ ବର୍ଷରେ କେବଳ ୧୦ ଦିନ ପାଇଁ ହିଁ ଉପଲବ୍ଧ ହୋଇଥାଏ । ଏହି ଲୁଣିଆ ସ୍ୱାଦଯୁକ୍ତ ଆଳୁ ସାଧାରଣତଃ ଘରେ ସାଲାଡ ଏବଂ ସୁପ୍ ତିଆରିରେ ବ୍ୟବହାର ହୋଇଥାଏ । ଅନେକ ରୋଗ ବିରୁଦ୍ଧରେ ପ୍ରଭାବ ଦେଖାଇଥାଏ ଏହି ଆଳୁ ।

Get real time updates directly on you device, subscribe now.