fbpx

ଧିରେ ଧିରେ ଫିଟୁଛି ପ୍ରଦୀପ-ଆକାଶଙ୍କ ଗୁମର

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): କୋଟିପତି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଛି । ଏହାରି ମଧ୍ୟରେ ସନ୍ଦେହ ଘେରକୁ ଚାଲିଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି । ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସୂଚନା ମୁତାବକ, ଆକାଶ ପାଠକଙ୍କ ଆକାଉଣ୍ଟକୁ ଅଧ କୋଟିରୁ ଅଧିକ ଟଙ୍କା ଯାଇଥିବା ଜଣାପଡିଛି । ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଗଲା, ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.