fbpx

ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ଏହି ମାସରେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା, ଆପଣ ପାଇବେ କି ନାହିଁ ଘରେ ବସି ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ମହତ୍ୱକାଂକ୍ଷୀ କିଷାନ୍ ସାମନ୍ ନିଧି ଯୋଜନାର ୧୩ ଟି କିସ୍ତି ଆସି ସାରିଥିବା ବେଳେ ଏବେ ୧୪ ତମ କିସ୍ତି ଅପେକ୍ଷାରେ ରହିଛନ୍ତି ଚାଷୀମାନେ । ଏହି ମାସ ଶେଷ ସୁଦ୍ଧା ଅର୍ଥାତ୍ ମେ ୨୦୨୩ ସୁଦ୍ଧା ସରକାର ଏହି ଯୋଜନାର ୧୪ ତମ କିସ୍ତି ପଠାଇବେ । କିସ୍ତିରେ ୨,୦୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଆସିବ ବୋଲି ଜଣାପଡିଛି । ତେବେ ପରବର୍ତ୍ତୀ କିସ୍ତି କେବେ ପ୍ରକାଶ ପାଇବ, କେନ୍ଦ୍ର ସରକାର ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାଁନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୮, ୨୦୨୩ ରେ କର୍ଣ୍ଣାଟକର ବେଙ୍ଗାଲୁର ଠାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬,୮୦୦ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ୧୩ କୋଟି କିସ୍ତି ୮ କୋଟି ୨ ଲକ୍ଷ କୃଷକ ଗ୍ରହଣ କରିଥିଲେ । ଗୋଟିଏ ବର୍ଷରେ ତିନୋଟି କିସ୍ତିରେ କେନ୍ଦ୍ର ସରକାର ଚାଷୀଙ୍କୁ ୬,୦୦୦ ଟଙ୍କା ଦିଅନ୍ତି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥାଏ । ଏହି କାରଣରୁ ଚାଷୀଙ୍କ ଟଙ୍କା ବାଟମରଣା ହେବାର କୌଣସି ସମ୍ଭାବନା ନାହିଁ । ଏହି ଯୋଜନାରେ ପଞ୍ଜୀକରଣ ଏବେ ମଧ୍ୟ କରାଯାଉଛି।

ଯେଉଁ କୃଷକମାନେ ୧୩ ତମ କିସ୍ତି ପରେ ପଞ୍ଜୀକୃତ ହୋଇଛନ୍ତି ଏବଂ ଏହି ଯୋଜନା ସହିତ ଜଡିତ ଅଛନ୍ତି, ସେମାନେ ପରବର୍ତ୍ତୀ କିସ୍ତି ପାଇବେ କି ନାହିଁ ତାହା ସହଜରେ ଜାଣିପାରିବେ । ଅଫିସିଆଲ୍ ୱେବସାଇଟ୍ ରେ ଉପଲବ୍ଧ ହିତାଧିକାରୀଙ୍କ ତାଲିକାକୁ ଦେଖି ଆପଣ ଜାଣିପାରିବେ ଯେ ଆପଣ ୧୪ ତମ କିସ୍ତି ପାଇଁ ୨,୦୦୦ ଟଙ୍କା ପାଇବେ କି ନାହିଁ ।

ଏହିପରି ଅନଲାଇନ୍ ଖୋଜ
ଯଦି ଆପଣଙ୍କର ସ୍ମାର୍ଟଫୋନ୍ ଅଛି ଏବଂ ଏଥିରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ଅଛି, ତେବେ ଆପଣ ଘରେ ବସି ପିଏମ୍ କିଷାନ୍ ୨୦୨୩ ର ନୂତନ ତାଲିକାରେ ନିଜ ନାମ ଯୋଡି କରିପାରିବେ । ୱେବ୍ ସାଇଡରେ ହିତାଧିକାରୀ ତାଲିକା ଦେଖିବା ବହୁତ ସହଜ ।

Get real time updates directly on you device, subscribe now.