fbpx
BSKY
BJD MC SKY
BJD MS SKY

କର୍ତ୍ତବ୍ୟ ସହ ସେବା କରୁଥିବା ଏହି ପୋଲିସ କର୍ମଚାରୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ, ଦେଖନ୍ତୁ ଭିଡିଓ…

କାନ୍ଧରେ ବନ୍ଧୁକ ଆଉ କୋଳରେ ଅଛନ୍ତି ଜଣେ ମା । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ହେଉଛି ଉତ୍ତର ପ୍ରଦେଶରେ ଇଲେକ୍ସନ ସମୟର । ଖାକି ବର୍ଦିର ଏଭଳି କର୍ତ୍ତବ୍ୟ ଏବଂ ମାନବିକତା ନେଇ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଦୃଶ୍ୟ ଯିଏ ଦେଖୁଛି ସେ କହୁଛି କନେଷ୍ଟବଳ ହେବତ ଏମିତି । ପୋଲିସଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସାଲ୍ୟୁଟ କରି ରହିପାରିବେନି । କାରଣ ଅନେକ ସମୟରେ ଖାକିରେ କଳଙ୍କ ଭଳି ଘଟଣାମାନ ସାମ୍ନାକୁ ଆସୁଥିବାବେଳେ ଏଦୃଶ୍ୟ କିନ୍ତୁ ଭିନ୍ନତା ବୟାନ କରୁଛି । କର୍ମ ହିଁ ବଡ଼ ଏକଥାର ଯଥାର୍ଥତାକୁ ବୁଝାଉଛି ଚିତ୍ର ।

ଉତ୍ତରପ୍ରଦେଶରେ ବିଧାନସଭା ଆସନ ପାଇଁ ଚାଲିଛି ନିର୍ବାଚନ । ୭ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ଏହାରିି ମଧ୍ୟରେ ଗୁରୁବାର ସୁଦ୍ଧା ୬ଷ୍ଠ ପ୍ରର୍ଯ୍ୟାୟ ମତଦାନ ସରିଛି । ଆଉ ୬ଷ୍ଠ ପର୍ଯ୍ୟାୟ ମତଦାନ ବେଳେ ୟୂୁପି ପୋଲିସର ଯବାନ କିଛି ଏଭଳି କାମ କରିଦେଖାଇଛନ୍ତି । ଦେଖିବାକୁ ମିଳିଛି ଯେ ପୋଲିସ କର୍ମଚାରୀ  ଜଣେ ବୃଦ୍ଧାଙ୍କୁ ଭୋଟ ଦେବା ପାଇଁ କୋଳରେ ଉଠାଇ ମତଦାନ କେନ୍ଦ୍ରକୁ ଯାଉଛନ୍ତି ।

ଏହି ଭିଡିଓଟି ଉତ୍ତରପ୍ରଦେଶର ଗୋରଖପୁରର ହୋଇଥିବାବେଳେ କନେଷ୍ଟବଳ ଜଣକ ହେଲେ ପୱନ  କୁମାର । ପୱନଙ୍କ ଏଭଳି ହୃଦୟସ୍ପର୍ଶୀ ଭିଡିଓଟିକୁ ୟୁପି ପୋଲିସ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି, କାନ୍ଧରେ ବନ୍ଧୁକ ଅଛି, କୋଳରେ ମା ଅଛନ୍ତି । କହିଛନ୍ତି ପୱନ ଏଭଳି କାର୍ଯ୍ୟ କରି ଗଣତନ୍ତ୍ରର ପ୍ରକୃତ ଅର୍ଥକୁ ପ୍ରମାଣିତ କରିଛନ୍ତି । ଅନେକ ପୱନଙ୍କୁ ସାବାସୀ ଦେଇଛନ୍ତି । ଏହି ଭିଡିଓଟି ଏବେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଏକ ସକରାତ୍ମକ ବାର୍ତ୍ତା ଦେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.