fbpx

ରଦ୍ଦ ହୋଇପାରେ ପ୍ରଜ୍ୱଲ ରେଭନ୍ନାଙ୍କ ପାସପୋର୍ଟ; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବୈଦେଶିକ ମନ୍ତ୍ରଣାଳୟ

AAKASH

ବାଙ୍ଗାଲୁର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରଜ୍ୱାଲ ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କର୍ଣ୍ଣାଟକ ସରକାରଙ୍କ ଠାରୁ ଆନୁଷ୍ଠାନିକ ଚିଠି ମିଳିବା ପରେ ରେଭାନ୍ନାଙ୍କ ପାସପୋର୍ଟ ରଦ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ରେଭାନ୍ନାଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ କର୍ଣ୍ଣାଟକ ସରକାରଙ୍କ ଅନୁରୋଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବୈଦେଶିକ ମନ୍ତ୍ରଣାଳୟ।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇ ଜର୍ମାନୀ ପଳାଇଛନ୍ତି ଜନତା ଦଳ (ସେକ୍ୟୁଲାର)ର ନିଲମ୍ବିତ ନେତା ପ୍ରଜ୍ୱାଲ ରେଭାନ୍ନା। ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ତାଙ୍କ ନାତି ତଥା ଯୌନ ନିର୍ଯାତନା ଅଭିଯୁକ୍ତ ପ୍ରଜ୍ୱଲ ରେଭାନ୍ନାଙ୍କୁ ଦେଶ ଫେରି ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ ପ୍ରଜ୍ୱଲ ରେଭାନ୍ନା ଯେଉଁଠାରେ ଅଛନ୍ତି ସେଠାରୁ ତୁରନ୍ତ ଫେରି ଆସନ୍ତୁ।

କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ସାଂସଦ ପ୍ରଜ୍ୱଲ ରେଭାନ୍ନା ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି। ପ୍ରଜ୍ୱଲ ରେଭାନ୍ନା ଅନେକ ମହିଳାଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଅପରାଧିକ ଧମକ ଏବଂ ଯୌନ ନିର୍ଯାତନା ଅଭିଯୋଗ ରହିଛି। ଏହାପରେ ସେ ନିଜର କୂଟନୈତିକ ପାସପୋର୍ଟ ବ୍ୟବହାର କରି ଜର୍ମାନୀ ଯାଇଥିଲେ। ଏପ୍ରିଲ ୨୮ତାରିଖରେ ତାଙ୍କ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ଏହାପରେ ପୀଡ଼ିତାଙ୍କ ବିରୋଧରେ ଆଉ ୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

Get real time updates directly on you device, subscribe now.