fbpx

ଗଡ଼ସେଙ୍କୁ ଦେଶଭକ୍ତ କହିବା ପ୍ରସଙ୍ଗରେ, ପ୍ରଜ୍ଞାଙ୍କ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୨୯ା୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଇନ୍ଦୋରରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଗଡ଼ସେଙ୍କୁ ଦେଶଭକ୍ତ କହିଥିଲେ ପ୍ରଜ୍ଞା ଠାକୁର । ପ୍ରଜ୍ଞା ଠାକୁରଙ୍କୁ ରିପୋର୍ଟ ତଲବ କରିଛନ୍ତି ଜେପି ନଡ୍ଡା । ବିବାଦୀୟ ବୟାନ ପାଇଁ ଲୋକସଭାରେ ଭୁଲ ମାଗିପାରନ୍ତି ପ୍ରଜ୍ଞା ଠାକୁର ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୭ତାରିଖ ଦିନ ଲୋକସଭାରେ ଏସପିଜି ସଂଶୋଧନ ବିଲ୍ ଉପରେ ଡିଏମକେ ସାଂସଦ ଏ. ରାଜା ନିଜର ରାୟ ରଖୁଥିଲେ । ଏହି ସମୟରେ ରାଜା ଗଡ଼ସେଙ୍କ ଏକ ବୟାନ ଉପରେ ଚର୍ଚ୍ଚା କରିଥିଲେ । ଯେଉଁଥିରେ ସେ ମହାତ୍ମା ଗାନ୍ଧୀଙ୍କୁ କଣ ପାଇଁ ହତ୍ୟା କରିଥିଲେ ବୋଲି କହିଥିଲେ । ଏହି ସମୟରେ ପ୍ରଜ୍ଞା ଠାକୁର ରାଜାଙ୍କୁ କହିଥିଲେ ଯେ ଆପଣ ଜଣେ ଦେଶଭକ୍ତଙ୍କ ଉଦାହରଣ ଦେଇ ପାରିବେ ନାହିଁ । ପ୍ରଜ୍ଞା ଠାକୁର ଏହିପରି ବିବାଦୀୟ ବୟାନ ଦେଇଥିଲେ ।

Get real time updates directly on you device, subscribe now.