fbpx
BJD
BJD SKY
BJD SKY

ଅଲ୍ ଇଣ୍ଡିଆ ରେଡିଓରେ ଏହି ପଦରେ ଆବେଦନ ପାଇଁ ଶେଷ ତାରିଖ, ଜଲଦୀ କରିନିଅନ୍ତୁ ଆବେଦନ

ପ୍ରସାର ଭାରତୀରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ପ୍ରସାର ଭାରତୀ ନ୍ୟୁଜ୍ ସର୍ଭିସ ଡିଭିଜନ(ଏନଏସଡି), ଅଲ ଇଣ୍ଡିଆ ରେଡିଓ, ନୂଆଦିଲ୍ଲୀ ଅନୁଯାୟୀ କ୍ୟାଜୁଆଲ ଆସାଇନମେଣ୍ଟ ଆଧାରରେ ଏହି ବିଭିନ୍ନ ପଦବୀରେ ଆବେଦନ କରିବା ପାଇଁ ଆସନ୍ତା କାଲି ଶେଷ ତାରିଖ । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଯେଉଁମାନେ ଆବେଦନ କରିନାହାଁନ୍ତି ସେମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ । ସମୁଦାୟ ୧୩ ପଦ ପାଇଁ ଆବେଦନ ରହିଛି ।

ଅଲ ଇଣ୍ଡିଆ ରିକ୍ରୁଟମେଣ୍ଟ ୨୦୨୨ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ: ଆବେଦନ ଜମା କରିବା ଶେଷ ତାରିଖ: ୮ ଏପ୍ରିଲ ୨୦୨୨

ଏହି ସବୁ ପଦବୀ ପାଇଁ କରନ୍ତୁ ଆବେଦନ:

ନ୍ୟୁଜ୍ ଏଡିଟର (ଇଂରାଜୀ), ନ୍ୟୁଜ୍ ଏଡିଟର (ହିନ୍ଦୀ), ୱେବ ଏଡିଟର(ଇଂରାଜୀ), ୱେବ ଏଡିଟର(ହିନ୍ଦୀ), ଗ୍ରାଫିକ୍ସ ଡିଜାଇନର, ନ୍ୟୁଜ୍ ରିଡର (ଇଂରାଜୀ), ନ୍ୟୁଜ୍ ରିଡର୍-କମ-ଅନୁବାଦକ (ହିନ୍ଦୀ), ନ୍ୟୁଜ୍ ରିଡର୍-କମ-ଅନୁବାଦକ (ସଂସ୍କୃତ), ନ୍ୟୁଜ୍ ରିଡର୍-କମ-ଅନୁବାଦକ (କାଶ୍ମୀରୀ), ନ୍ୟୁଜ୍ ରିଡର୍-କମ-ଅନୁବାଦକ (ଉର୍ଦ୍ଦୁ), ନ୍ୟୁଜ୍ ରିଡର୍-କମ-ଅନୁବାଦକ (ପଞ୍ଜାବୀ), ନ୍ୟୁଜ୍ ରିଡର୍-କମ-ଅନୁବାଦକ (ନେପାଳୀ), ସମ୍ବାଦ ସମ୍ପାଦକ (ବ୍ୟବସାୟ), ଇଂରାଜୀ ଆଙ୍କର୍ (ବ୍ୟବସାୟ), ହିନ୍ଦୀ ଆଙ୍କର୍ (ବ୍ୟବସାୟ)

ଆବେଦନ ପାଇଁ ବସୟସୀମା: ୨୧ ରୁ ୫୦ ବର୍ଷ

ଆବେଦନ ଶୁଳ୍କ: ସାଧାରଣ ବର୍ଗଙ୍କ ପାଇଁ-୩୦୦ ଟଙ୍କା, ଏସସି/ଏସଟି/ଓବିସି ବର୍ଗଙ୍କ ପାଇଁ ୨୨୫ ଟଙ୍କା ରହିଛି ।

ଯୋଗତ୍ୟ ଏବଂ ନିଯୁକ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଦେଖନ୍ତୁ । ଏହା ବ୍ୟତୀତ ଆଶାୟୀ ସିଧାସଳଖ ଏହି ଲିଙ୍କ ଦ୍ୱାରା ଏହି ପଦରେ ଆବେଦନ କରିପାରିବେ ।

 

Get real time updates directly on you device, subscribe now.