fbpx

ପୁରୁଷ ହାଇ ଜମ୍ପ T64 ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରବୀଣ କୁମାର, ଉନ୍ନି ରେଣୁଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଥିବା ୪ର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତର ଶାନଦାର ପ୍ରଦର୍ଶନ ଜାରି ରହିଛି । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଚାଲିବ । ଏହି ଇଭେଣ୍ଟରେ ଚଳିତ ଥର ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହୋଇଥିବା ଗତ ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

ତେବେ ପୁରୁଷ ହାଇ ଜମ୍ପ ଟି୬୪ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୨.୦୨ ମିଟର ଜମ୍ପ କରି ପ୍ରବୀଣ ଚୀନର ହାଙ୍ଗଝୋଇ ପାରା କ୍ରୀଡ଼ାରେ ନୂଆ ରେକର୍ଡ କରିଛନ୍ତି । ସେହିପରି ଅନ୍ୟ ଜଣେ ଭାରତୀୟ ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଉନ୍ନି ରେଣୁ ନିଜର ଶ୍ରେଷ୍ଠ ଜମ୍ପ ୧.୯୫ ମିଟର ପ୍ରଦର୍ଶନ କରିଥିଲେ । ଏହାଫଳରେ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୬ରେ ପହଞ୍ଚିଛି । ଏଥିସହିତ ଭାରତ ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତି ମୋଟ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି ।

ଏହା ପୂର୍ବରୁ ଅଙ୍କୁର ଧାମା ପୁରୁଷ ୫୦୦୦ ମିଟ ଟି୧୧ ଇଭେଣ୍ଟରେ ସ୍ୱର୍ଣ୍ଣ, ନିଶାଦ କୁମାର ପୁରୁଷ ହାଇ ଜମ୍ପ ଟି୪୭ ଇଭେଣ୍ଟରେ ସ୍ୱର୍ଣ୍ଣ, ରାମ ପାଲ ପୁରୁଷ ହାଇ ଜମ୍ପ ଟି୪୭ ଇଭେଣ୍ଟରେ ରୌପ୍ୟ, ଶୈଲେଶ କୁମାର ପୁରୁଷ ହାଇ ଜମ୍ପ ଟି୬୩ ଇଭେଣ୍ଟରେ ସ୍ୱର୍ଣ୍ଣ, ମେରିୟାପ୍ପାନ ଥାଙ୍ଗାଭେଲୁ ପୁରୁଷ ହାଇ ଜମ୍ପ ଟି୬୩ ଇଭେଣ୍ଟରେ ରୌପ୍ୟ, ମୋନୁ ଘାଙ୍ଗେସ ପୁରୁଷ ଶଟ ପୁଟ ଏଫ୧୧ ଇଭେଣ୍ଟରେ ବ୍ରୋଞ୍ଜ, ପ୍ରଣବ ସୋର୍ମା ପୁରୁଷ କ୍ଲବ ଥ୍ରୋ ଏଫ୫୧ ଇଭେଣ୍ଟରେ ସ୍ୱର୍ଣ୍ଣ, ଧରମବୀର ପୁରୁଷ କ୍ଲବ ଥ୍ରୋ ଏଫ୫୧ ଇଭେଣ୍ଟରେ ରୌପ୍ୟ, ଅମିତ ପୁରୁଷ କ୍ଲବ ଥ୍ରୋ ଏଫ ୫୧ ଇଭେଣ୍ଟରେ ବ୍ରୋଞ୍ଜ, ପ୍ରାଚୀ ଯାଦବ ମହିଳା ଭିଏଲ୨ ଇଭେଣ୍ଟରେ ରୌପ୍ୟ, କପିଲ ପାରମାର ପୁରୁଷ ୬୦ କେଜି ଜେ୧ ଇଭେଣ୍ଟରେ ରୌପ୍ୟ, କୋକିଲା ମହିଳା ୪୮ କେଜି ଜେ୨ ଇଭେଣ୍ଟରେ ବ୍ରୋଞ୍ଜ, ଅବନୀ ଲେଖାରା ଆର୨ ମହିଳା ୧୦ ମିଟର ଏୟାର ରାଫଇଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ସ୍ୱର୍ଣ୍ଣ, ରୁଦ୍ରାଂଶ ପି୪ ମହିଳା ମିକ୍ସଡ ୫୦ ମିଟର ପିସ୍ତଲ ଏସଏଚ୧ ଇଭେଣ୍ଟରେ ରୌପ୍ୟ, ଅରୁଣା ମହିଳା କେ୪୪- ୪୭କେଜି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.