fbpx

ଚର୍ଚ୍ଚାରେ ସିଭିଲ ଜଜ ଦମ୍ପତ୍ତି: ସରକାରୀ ହସ୍ପିଟାଲରେ କରାଇଲେ ପ୍ରସବ

Advertisement

ନୂଆଦିଲ୍ଲୀ: ଅନେକ ସମୟରେ କଥା ଉଠେ ସରକାରୀ ଚାକିରୀ କରିବାକୁ ସମସ୍ତେ ଆଗଭର । କିନ୍ତୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ଯିବା ପାଇଁ କେହି ଇଚ୍ଛାପ୍ରକାଶ କରନ୍ତି ନାହିଁ । ତେବେ ଏ ପରି ସ୍ଥିତିରେ ସିଭିଲ ଜଜ ଶ୍ୱେତା ସିଂ ନିଜର ପ୍ରସବ ସରକାରୀ ଡାକ୍ତରଖାନାରେ କରାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଶ୍ୱେତାଙ୍କ ପ୍ରସବ ସମୟ ପାଖେଇ ଆସିଥିଲା । ତେବେ ଶ୍ୱେତା ଏବଂ ତାଙ୍କ ତାଙ୍କ ସ୍ୱାମୀ ପ୍ରସବ ସରକାରୀ ଡାକ୍ତରଖାନାରେ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଡାକ୍ତରଖାନାରେ ତାଙ୍କର ପ୍ରସବ ଡାକ୍ତର ଦିବ୍ୟା ଚୌଧୁରୀ ଏବଂ ଷ୍ଟାଫ ନର୍ସ ପ୍ରତିଭା ଜୈନ କରାଇଥିଲେ । ନବଜାତକକୁ ପ୍ରସବ ପରେ ଆବଶ୍ୟକ ଟୀକା ସହ ଟିଟାନସ ମଧ୍ୟ ଦିଆଯାଇଥିଲା ଏବେ ମା ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି ।

ତେବେ ଶ୍ୱେତାଙ୍କ ସ୍ୱାମୀ ପ୍ରଭାତ କୁମାର ମଧ୍ୟ ଜଣେ ସିଭିଲ ଜୁନିଅର ଡିଭିଜନ ଜଜ । ତାଙ୍କ କହିବା ଅନୁଯାୟୀ- “ଆମେ ବହୁ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଥିଲୁ । ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବାକୁ ସମସ୍ତେ ପଛଘୁଞଚା ଦେଇଥାନ୍ତି । ତେବେ ଏଠାରେ ଭର୍ତ୍ତି ହେବାଦିନଠୁ ଆମକୁ କୌଣସି ପ୍ରକାର ଅସୁବିଧା ହୋଇନାହିଁ । ପରିବେଶ ପରିସ୍କାର ରଖିବା ସହିତ ଡାକ୍ତର ଏବଂ ନର୍ସମାନେ ବେଶ ଯତ୍ନ ମଧ୍ୟ ନେଉଛନ୍ତି ।”

Get real time updates directly on you device, subscribe now.