fbpx

ହୃଦଘାତରେ ଚାଲିଗଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ, ମୃତ୍ୟୁବେଳକୁ ଥିଲେ ୮ ମାସର ଗର୍ଭବତୀ

Advertisement

ମୁମ୍ବାଇ:ସାଉଥ୍ ସିନେମା ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଲୟାଲାମ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି । ତେବେ ଅଭିନେତ୍ରୀଙ୍କର ଦେହାନ୍ତ ପରେ ମାଲୟାଲମ୍ ଟିଭି ଇଣ୍ଡଷ୍ଟ୍ରୀକୁ ବଡ ଝଟକା ଲାଗିଛି । ମାତ୍ର ୩୫ ବର୍ଷ ବୟସରେ ହୃଦଘାତରେ ପ୍ରିୟାଙ୍କ ନିଧନ ସମସ୍ତଙ୍କୁ ଚକିତ କରିଛି ।

ମୃତ୍ୟୁବେଳକୁ ପ୍ରିୟା ୮ ମାସର ଗର୍ଭବତୀ ଥିଲେ । ହସ୍ପିଟାଲରେ ତାଙ୍କର ରେଗୁଲାର ପ୍ରେଗନାନ୍ସୀ ଚେକଅପ୍ ଚାଲୁଥିଲା । ପରିଜନଙ୍କ କହିବା ଅନୁଯାୟୀ ମଙ୍ଗଳବାର ଅଚାନକ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଓ ତୁରନ୍ତ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ନିଆଯାଇଥିଲା । ସେହି ହସ୍ପିଟାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରିୟାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି । ତାଙ୍କ ନବଜାତ ଶିଶୁ ହସ୍ପିଟାଲ ଆଇସିୟୁୁରେ ଅଛି ।
ପ୍ରିୟାଙ୍କ ପରଲୋକର ଖବର ସର୍ବପ୍ରଥମେ ଅଭିନେତା କିଶୋର ସତ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଡା. ପ୍ରିୟା ମାଲୟାଲମ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ଧାରାବାହିକ ‘କରୁଥାମୁଥୁ’ରେ ନିଜର ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟିଥିଲେ । ତେବେ ସବୁଠାରୁ ବଡ କଥା ଅଭିନେତ୍ରୀ ହେବା ସହ ପ୍ରିୟା ଜଣେ ଡାକ୍ତର ବି ଥିଲେ । ସେ ଥିରୁଅନନ୍ତପୁରମ ପିଆରଏସ୍ ହସ୍ପିଟାଲରେ କାମ କରୁଥିଲେ ।

Get real time updates directly on you device, subscribe now.