fbpx
BJD
BJD SKY
BJD SKY

ଗର୍ଭବତୀ ମହିଳାଙ୍କୁ ଥାଏ ଡେଙ୍ଗୁର ବିପଦ : ଜାଣିନିୟନ୍ତୁ କିପରି ରହିବେ ଏଥିରୁ ସୁରକ୍ଷିତ

ଭୁବନେଶ୍ୱର : ଡେଙ୍ଗ ଏବେ ସାରା ଦେଶରେ ଆତଙ୍କ ଖେଳାଇଛି । ପ୍ରାୟ ଲୋକେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରୋଗର ବିପଦ ପ୍ରାୟ ସମସ୍ତଙ୍କୁ ରହିଥାଏ, କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ବିପଦ ଆଣିଥାଏ । ସୂଚନା ଅନୁସାରେ, ଗତ ୧୦ ବର୍ଷରେ ଯେତିକି ଡେଙ୍ଗୁର ସମସ୍ୟା ହୋଇନଥିଲା, ଚଳିତ ବର୍ଷ ଅଗଷ୍ଟ ୫ ସୁଧା ଡେଙ୍ଗୁର ଅତ୍ୟଧିକ ମାମଲା ସାମ୍ନାକୁ ଆସିଛି । ଏହି ସମସ୍ୟା ଗର୍ଭବତୀ ମହିଳାଙ୍କ ସହ ଜନ୍ମ ନହୋଇଥିବା ଶିଶୁ ପାଇଁ ଏହା ଅତ୍ୟଧିକ ବିପଦ ହୋଇଥାଏ । ଯେପରିକି ସମୟ ଥାଉଣୁ ଶିଶୁ ଜନ୍ମ ନେବା ଏବଂ ଜନ୍ମ ପୂର୍ବରୁ ଶିଶୁର ମୃତ୍ୟୁ ହେବା ପରି ସମସ୍ୟା ଉପୁଜିଥାଏ । ଏଥିଯୋଗୁଁ ଡେଙ୍ଗୁରୁ ବଞ୍ଚିବା ପାଇଁ ଅଧିକ ସାବଧାନ ରହିବାକୁ ହେବ ।

ଡେଙ୍ଗୁର ଲକ୍ଷଣ :
ଡେଙ୍ଗୁ ଯୁକ୍ତ ସମସ୍ୟା ହୋଇଥିଲେ ଅଧିକ ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଠୁ ଓ ମାଂସପେଶୀରେ କଷ୍ଟ ହେବା ପରି ଲକ୍ଷଣ ସାମ୍ନାକୁ ଆସିଥାଏ । ଏପରି ଲକ୍ଷଣ ଦେଖାଗଲେ ଜାଣନ୍ତୁ ଆପଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ ।

ଗର୍ଭବତୀ ମହିଳମାନଙ୍କୁ ଡେଙ୍ଗୁର ବିପଦ ଅଧିକ ହୋଇଥାଏ :
ଗର୍ଭାବସ୍ଥାରେ ମହିଳାମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ପରିବର୍ତ୍ତନ ହୋଇଥାଏ । ଯାହା ଦ୍ୱାରା ଡେଙ୍ଗୁ ଭଳି ରୋଗରୁ ସେମାନଙ୍କୁ ଅଧିକ ବିପଦ ରହିଥାଏ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କ ହରମୋନାଲ ପରିବର୍ତ୍ତନ ସଂକ୍ରମିତ ହେଲେ ଡେଙ୍ଗୁ ଅଧିକ ଗମ୍ଭୀର ଭାବେ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥା ସମୟରେ ଡେଙ୍ଗୁ ସଂକ୍ରମଣ ହେଲେ ମା ଓ ଛୁଆ ପାଇଁ ଅସୁବିଧା ହୋଇପାରେ । ସମୟ ପୂର୍ବରୁ ଶିଶୁର ଜନ୍ମ, ଓଜନ କମ୍‌ ହେବା ଓ ଜନ୍ମ ପୂର୍ବରୁ ଶିଶୁର ମୃତ୍ୟୁ ହେବା ଏହିପରି ଅନେକ ସମସ୍ୟା ଉପୁଜିଥାଏ ।

ଡେଙ୍ଗୁରୁ କିପରି ବଞ୍ଚିବେ :
. ଡେଙ୍ଗୁରୁ ବଞ୍ଚିବା ପାଇଁ ଶୋଇବା ସମୟରେ ମଶାରିରେ ଶୋଇବେ ।
. ଘରର ଆଖପାଖରେ ପାଣି ଜମା ହେବାକୁ ଦେବେନାହିଁ ।
. ସମ୍ପୂର୍ଣ୍ଣ ଶରୀର ଘୋଡାଇ ହେଉଥିବା ଭଳି ବସ୍ତ୍ର ପିନ୍ଧିବେ ।
. ଘରଦ୍ୱାର ସଫା ରଖିବା ।
. ପାଣି ଜମା ହେଉଥିବା ସ୍ଥାନକୁ ଖାଲି କରିବେ ।

Get real time updates directly on you device, subscribe now.