fbpx
BSKY
BJD SHG SKY
BJD YOUTH SKY

ହାଟପାଟଣାରେ ହରଗୌରୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ

ପଟ୍ଟାମୁଣ୍ଡାଇ: ପାଖେଇ ଆସୁଛି ଦୁର୍ଗାପୂଜା । ସେଥିପାଇଁ ସାରା ଦେଶରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ସାରିଲାଣି । ବିଭିନ୍ନ କାରୁକାର୍ଯ୍ୟରେେ ପୂଜାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅନେକ ସ୍ଥାନରେ ଲୋକେ ପ୍ରସ୍ତୁତି କରୁଛନ୍ତି । ଏହା ମଧ୍ୟରେ ପଟ୍ଟାମୁଣ୍ଡାଇ ସ୍ଥିତ ହାଟପାଟଣା ଗ୍ରାମରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୃତ୍ତିକା ପୂଜାବିଧି ଅନୁଯାୟୀ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରସ୍ତୁତିପର୍ବ ଆରମ୍ଭ କରିଛନ୍ତି ପୂଜା କମିଟିର ସଦସ୍ୟ । ପଣ୍ଡିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହପାତ୍ରଙ୍କ ପୌରହିତରେ ମନ୍ତ୍ର ଧ୍ଵନି ମଧ୍ୟରେ ମାଟି ଉଠା ପର୍ବ ଅନୁଷ୍ଠିତ ହୋଇଛି। ଏହି କାର୍ୟ୍ୟକ୍ରମକୁ ପୂଜା କମିଟିର ସଭାପତି ଭୀମସେନ ଦାସ, ସରୋଜ ମହାନ୍ତି, ବିଜୟ ଦାସ, ତ୍ରିଲୋଚନ ମହାନ୍ତି, ନିରଞ୍ଜନ ମହାନ୍ତି, ଉମାକାନ୍ତ ଦାସ, ବିଜୟ କବି, ଅକ୍ଷୟ ଦାସ, ନିରାକାର ଦାସ, ଅନିଲ ଦାସ ପ୍ରମୁଖ ପରିଚାଳନା କରିଥିଲେ। ତେବେ ଏଥରର ଦୁର୍ଗାପୂଜାକୁ କିଛି ଭିନ୍ନ ଏବଂ ନୂଆ ଆକାରରେ କରିବା ପାଇଁ ଚିନ୍ତା କରିଛନ୍ତି ପୂଜା କମିଟିର ସଦସ୍ୟ ।

Get real time updates directly on you device, subscribe now.