fbpx
BJD SKY
BJD SKY

Video: ସୁଖୋଇ -୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱ ଦେଖିଲା ଭାରତର ନାରୀ ଶକ୍ତି

BJD

ଆସାମ: ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30 MKI ରେ ଉଡ଼ିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ଏହି ଉଡାଣ କରିଥିଲେ। ଖୁବ ସ୍ୱଳ୍ପ ସମୟ ପାଇଁ ଏହି ଯାତ୍ରା ଥିଲା। ଏହି ଉଡାଣ ସହିତ ଭାରତ ଏହାର ନାରୀଶକ୍ତି ଏବଂ ସେନଶକ୍ତି ସମଗ୍ର ବିଶ୍ୱକୁ ଦେଖାଇଛି। ଏହା ପୁର୍ବରୁ ୨୦୦୯ରେ ତତ୍କାଳିନ ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡ଼ାଣ କରିଥିଲେ ।

ଶୁକ୍ରବାର ରାଷ୍ଟ୍ରପତି ଗସ୍ତରେ ଯାଇ ଗଜ ଉତ୍ସବ – ୨୦୨୩ ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ପ୍ରକୃତି ଏବଂ ମାନବତା ମଧ୍ୟରେ ବହୁତ ପବିତ୍ର ସମ୍ପର୍କ ରହିଛି । ପ୍ରକୃତିକୁ ସମ୍ମାନ କରିବାର ସଂସ୍କୃତି ଆମ ଦେଶର ପରିଚୟ ହୋଇ ରହି ଆସିଛି । ଭାରତରେ ପ୍ରକୃତି ଏବଂ ସଂସ୍କୃତି ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି ଏବଂ ପରସ୍ପରଠାରୁ ପୋଷଣ ଗ୍ରହଣ କରୁଛନ୍ତି । ଆମ ପରମ୍ପରାରେ ହାତୀ ମାନଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଇଛି । ଏହି ପ୍ରାଣୀକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରା ଯାଇଥାଏ । ଏହା ହେଉଛି ଭାରତର ଜାତୀୟ ଐତିହ୍ୟ ପ୍ରାଣୀ । ତେଣୁ ଆମର ଜାତୀୟ ଐତିହ୍ୟକୁ ବଞ୍ଚାଇ ରଖିବା ଆମର ଜାତୀୟ ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।

 

Get real time updates directly on you device, subscribe now.