fbpx

କୋଲକାତା ଘଟଣାକୁ ଉଦ୍‌ବେଗଜନକ ଓ ଭୟାନକ କହିଲେ ରାଷ୍ଟ୍ରପତି: ‘ବହୁତ ହୋଇଗଲା, ମହିଳାଙ୍କ ପ୍ରତି ହିଂସାକୁ ଆଉ ବରଦାସ୍ତ କରାଯିବ ନାହିଁ’

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସାକ୍ଷାତକାରରେ କୋଲକାତା ଘଟଣାକୁ ଉଦ୍‌ବେଗଜନକ ଓ ଭୟାନକ କହିଲେ ରାଷ୍ଟ୍ରପତି । ପିଟିଆଇକୁ ଦେଇଥିବା ଏକ ଲେଖାରେ ଘଟଣାକୁ ନିନ୍ଦା କଲେ । ମହିଳାଙ୍କ ପ୍ରତି ହିଂସାକୁ ‘ବହୁତ ହୋଇଗଲା’ ବୋଲି କହିଲେ । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବହୁତ ହୋଇଗଲା ।

କୋଲକାତାରେ ଛାତ୍ର, ଡାକ୍ତର ଓ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ ସ୍ଥାନରେ ଅପରାଧୀଙ୍କ ଉପରେ ଆକ୍ରମଣ ହୋଇଥିଲା । କୋଲକାତା ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ । ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଓ ଆତ୍ମସମୀକ୍ଷାଶୀଳ ହେବା ଦରକାର ।

ଅଧିକାଂଶ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାଙ୍କୁ କମ୍ ମଣିଷ, କମ୍ ଶକ୍ତିଶାଳୀ, କମ୍ ସକ୍ଷମ, କମ୍ ବୁଦ୍ଧିମାନ ଭାବରେ ଦେଖନ୍ତି । କୌଣସି ସଭ୍ୟ ସମାଜ ଝିଅ ଓ ଭଉଣୀଙ୍କ ଉପରେ ଏଭଳି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ । ଯେଉଁମାନେ ଏଭଳି ମତ ରଖନ୍ତି ସେମାନେ ନାରୀକୁ ଏକ ବସ୍ତୁ ଭାବରେ ଦେଖନ୍ତି । ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ବାଧାବିଘ୍ନକୁ ଦୂର କରିବା ଆମ ମହିମାନଙ୍କର କର୍ତ୍ତବ୍ୟ ।

Get real time updates directly on you device, subscribe now.