fbpx

ଏହି ଦେଶର ରାଷ୍ଟ୍ରପତିଙ୍କ କାରନାମା ନେଇ ବିଶ୍ୱସ୍ତରରେ ଚର୍ଚ୍ଚା! ଯୁଦ୍ଧ ବିମାନ ପଠାଇ ଯାତ୍ରୀବାହୀ ବିମାନକୁ କରିଥିଲେ ଅପହରଣ

AAKASH

ନୂଆଦିଲ୍ଲୀ: ବେଲାରୁସ୍ ରାଷ୍ଟ୍ରପତି ଏକ ଯାତ୍ରୀବାହୀ ବିମାନଙ୍କୁ ଅପହରଣ କରିଛନ୍ତି । ବିଶ୍ୱ ଇତିହାସରେ ଜଣେ ରାଷ୍ଟ୍ରପତି ହିସାବରେ ଏପରି ଘଟଣା ବୋଧହୁଏ କ୍ୱଚିତ ଦେଖିବାକୁ ମିଳିଥିବ । ଦେଶର ରାଷ୍ଟପ୍ରତି ଆଲେକଜାଣ୍ଡାର ଲୁକାଶେନକେଙ୍କ ଇସାରାରେ ଏହି ଘଟଣା ଘଟିଥିବା କୁହାଯାଉଛି । ଯାତ୍ରୀବାହୀ ବିମାନଟିକୁ ଗନ୍ତବ୍ୟସ୍ଥଳ ପୂର୍ବରୁ ଭୂମିରେ ଅବତରଣ କରାଇବା ପାଇଁ ଏକ ଯୁଦ୍ଧ ବିମାନକୁ ରାଷ୍ଟ୍ରପତି ପଠାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା ଯେ, ଯାତ୍ରୀବାହୀ ବିମାନରେ ଯାତ୍ରା କରୁଥିବା ଜଣେ ୨୬ ବର୍ଷୀୟ ସାମ୍ବାଦିକ ରୋମନ ପ୍ରୋତସେବିକଙ୍କୁ ଗିରଫ କରିବା ପାଇଁ ଏହି ଗେମ୍ ଖେଳାଯାଇଥିଲା । ରାଷ୍ଟ୍ରପତିଙ୍କର ଏହି ହରକତ ବିଶ୍ୱସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ।

ପ୍ରକୃତ କଥା ହେଉଛି, ସାମ୍ବାଦିକ ରୋମନ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା, ଯିଏକି ଆଲେକଜାଣ୍ଡାଙ୍କର ଜଣେ ସମାଲୋଚକ ଅଟନ୍ତି । ତେଣୁ ରୋମନଙ୍କୁ ଗିରଫ କରିବା ପରେ ଏହି ଘଟଣାକୁ ନେଇ ଚାରିଆଡ଼େ ଆଲୋଚନା ହୋଇଥିଲା । ତେବେ ବିମାନ ହାଇଜାକ୍ କରିବା ପାଇଁ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବେ ଆଦେଶ ଦେଇଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.