fbpx

Youtube ରେ ନୂଆ ଇତିହାସ ରଚିଲେ ପଧାନମନ୍ତ୍ରୀ ମୋଦୀ: ପ୍ରଥମ ରାଜନେତା ଭାବରେ କଲେ ରେକର୍ଡ

AAKASH

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଖୁବ ଅଧିକ ରହିଛି । ବିଦେଶର ଅନେକ ରାଜନେତା ମଧ୍ୟ ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଅନୁସରଣ କରୁଥିବା ମଧ୍ୟ ଦେଖାଯାଏ । କିନ୍ତୁ ଏହି ସମର୍ଥନ କେବଳ ବ୍ୟକ୍ତିଗତ ଭାବରେ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ମୋଦୀଙ୍କ ଏହି ଲୋକପ୍ରିୟତା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏବେ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ସେ ଦେଶର ପ୍ରଥମ ରାଜନେତା ଭାବରେ ଏଭଳି ଏକ ରେକର୍ଡ ନିଜ ନାମରେ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଫିସିଆଲ ୟୁଟ୍ୟୁବ ଚାନେଲରେ ୨୦ ମିଲିୟନ୍ ସବସ୍କ୍ରାଇବର ହାସଲ କରିଛନ୍ତି । ଅର୍ଥାତ୍ ମୋଦୀଙ୍କ ୟୁଟ୍ୟୁବ ଚାନେଲକୁ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟିରୁ ଅଧିକ ୟୁଜର ସବସ୍କ୍ରାଇବ କରିଛନ୍ତି । ଏହି ରେକର୍ଡ ପରେ ଦେଶର ପ୍ରଥମ ରାଜନେତା ଭାବରେ ଏହି କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏହି ୟୁଟ୍ୟୁବ ଚାନେଲରେ ପ୍ରାୟ ୨୩ ହଜାରରୁ ଅଧିକ ଭିଡିଓ ଅପଲୋଡ ହୋଇଥିବା ବେଳେ ପ୍ରଥମ ଭିଡିଓ ୧୨ ବର୍ଷ ତଳେ ସେୟାର କରାଯାଇଥିଲା ।

Get real time updates directly on you device, subscribe now.